ପୁଲଓ୍ୱାମା: ଜମ୍ମୁ କାଶ୍ମୀରର ପୁଲଓ୍ୱାମା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଏହି ଘଟଣାରେ ସୁରକ୍ଷାକର୍ମୀ ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଶେଷ ଖବର ସୁଦ୍ଧା ସେଠାରେ ସୁରକ୍ଷାକର୍ମୀର ସର୍ଚ୍ଚ ଅପରେସନ ଜାରି ରହିଛି ।
ଦୁଇ ଆତଙ୍କୀବାଦୀଙ୍କ ମୃତ୍ୟୁ ସମ୍ପର୍କରେ କାଶ୍ମୀର ପୁଲିସ ସ୍ପଷ୍ଟ କରିଛି । ତେବେ ସେମାନଙ୍କର ପରିଚୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ । ଏହି ଅଞ୍ଚଳରେ ବର୍ତ୍ତମାନ କାଶ୍ମୀର ପୁଲିସ ଓ ସୁରକ୍ଷାକର୍ମୀର ମିଳିତ ସହଯୋଗରେ ସର୍ଚ୍ଚ ଅପରେସନକୁ ଡାଚିଗାମ ଜଙ୍ଗଲ ନିକଟରେ ଜୋରଦାର କରାଯାଇଛି ।
ସୂଚନାଯୋଗ୍ୟ ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ଏଠାରେ ପହଞ୍ଚିଥିଲେ । ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ତେବେ ସୁରକ୍ଷାକର୍ମୀ, ପୋଲିସ ଉପରକୁ ଆତଙ୍କୀମାନେ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...