ଲକ୍ଷ୍ନୌ: ତାଲିବାନକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ଦଳକୁ ଟାର୍ଗେଟ କରିଛନ୍ତି। ସମାଜବାଦୀ ପାର୍ଟିର ନାମକରଣ ନକରି ସେ ବିଧାନସଭାର ମୌସୁମୀ ଅଧିବେଶନରେ କହିଛନ୍ତି ଯେ କିଛି ଲୋକ ତାଲିବାନକୁ ସମର୍ଥନ କରୁଛନ୍ତି। ସେଠାରେ ମହିଳାମାନଙ୍କୁ ନିର୍ୟାତନା ଦିଆଯାଉଛି।
ତାଲିବାନର ଆଫଗାନିସ୍ତାନ ଦଖଲକୁ ଯଥାର୍ଥ ବୋଲି ଦର୍ଶାଇଥିଲେ ସମାଜବାଦୀ ପାର୍ଟିର ସାଂସଦ ଶଫିକ ଉର ରେହମାନ । ସେ କହିଥିଲେ ଯେ ଯେତେବେଳେ ଭାରତ ବ୍ରିଟିଶମାନଙ୍କ ଅଧୀନରେ ଥିଲା, ଆମ ଦେଶ ସ୍ୱାଧୀନତା ପାଇଁ ଲଢିଥିଲା। ଆଜି ତାଲିବାନ ମଧ୍ୟ ଆଫଗାନିସ୍ତାନକୁ ମୁକ୍ତ କରିଛି। ଏହା ପରେ ଅଭିଯୋଗ ଆଧାରରେ ୟୁପି ପୋଲିସ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ଯାହା ପରେ ସେ ତାଙ୍କ ବିବୃତ୍ତିରୁ ଓହରି ଯାଇଥିବା ଦେଖାଯାଇଥିଲା। ସେ କହିଛନ୍ତି ଯେ ଆଫଗାନିସ୍ତାନ ଏବଂ ତାଲିବାନ ସହିତ ମୋର କୌଣସି ସମ୍ପର୍କ ନାହିଁ, ମୁଁ ଭାରତର ନାଗରିକ ଏବଂ ମୋର ସରକାରଙ୍କ ନୀତିକୁ ସମର୍ଥନ କରୁଛି।
ସେହିପରି ଏହାରି ମଧ୍ୟରେ ତାଲିବାନକୁ ସମର୍ଥନ ଜଣାଇଛନ୍ତି ଶାୟର ମୁନାଓ୍ୱାର । ସେ କହିଛନ୍ତି କି ତାଲିବାନ ସମ୍ପୂର୍ଣ୍ଣ ଭାବେ ଠିକ କରିଛି । ନିଜ ମାଟିକୁ କୌଣସି ପ୍ରକାରରେ ନିଜ ଅଧିନକୁ ଆଣିବାରେ ଅଛି । ନିଜ ମାତୃଭୂମିକୁ ପରାଧିନ କବଳରୁ ସ୍ବାଧୀନତା ଦେବାରେ ଅଛି ।