ଭବାନୀପାଟଣା,(ଓଡ଼ିଶା ଓ୍ବେୟାର): ଗଞ୍ଜେଇ ମାଫିଆ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବା ପାଇଁ ଭିନ୍ନ ଭିନ୍ନ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ମାଲବାହୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ପଇଡ଼, କଦଳୀ ଓ ଆଲମାରୀ ବୋଝେଇ ଟ୍ରକ୍ରେ ପଠାଉଛନ୍ତି। ଗତକାଲି କଳାହାଣ୍ଡି ଜିଲ୍ଲାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ କଖାରୁ ବୋଝେଇ କ୍ୟାଣ୍ଟରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଛି ପୁଲିସ୍।
କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଅଣ୍ଡର ବ୍ରିଜ୍ ନିକଟରୁ ୫ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖ୍ ପଚରାଉଚରା କରୁଛି ପୁଲିସ୍।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...