କେନ୍ଦୁଝର(ଓଡ଼ିଶା ୱେୟାର) : ମାଆ ଓ ଝିଅ ବିଲରେ କାମ କରୁଥିଲେ। ହଠାତ୍ ମାରିଲା ବଜ୍ର। ଘଟଣାସ୍ଥଳରେ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛି। ଆଜି ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଘଟିଛି।
ପାଟଣା ଥାନା ତାଳପଦା ଗାଁର ମାଳତୀ ତନ୍ତି ଓ ତାଙ୍କ ଝିଅ ସବିତା ପାତ୍ର ଆଜି ବିଲକୁ କାମ କରିବାକୁ ଯାଉଥିଲେ। ବିଲରେ କାମ କରୁଥିବା ବେଳେ ହଠାତ୍ ବର୍ଷିଥିଲା ବର୍ଷା। ପରେ ବଜ୍ରପାତ ହୋଇଥିଲା। ଫଳରେ ବିଲରେ କାମ କରୁଥିବା ବେଳେ ମାଳତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ସବିତା ଚେତାହରାଇ ପଡ଼ିଥିଲେ। ପାଖରେ ବିଲରେ କାମ କରୁଥିବା ଚାଷୀମାନେ ସବିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...