ନୂଆଦିଲ୍ଲୀ: ଇଣ୍ଡୋନେସିଆର ରାଜଧାନୀରେ ଥିବା ଏକ ଜେଲରେ ଅଗ୍ନିକାଣ୍ଡରେ ୪୧ କଏଦୀଙ୍କ ପ୍ରାଣହାନୀ ଘଟିଥିବା ସୂଚନା ରହିଛି। ସେହିପରି ୮୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଖବର ମୁତାବକ, ଜେଲରେ ସଜା କାଟୁଥିବା କଏଦୀଙ୍କ ମଧ୍ୟରେ ୪୧ ଜଣ କଏଦୀ ମାଦକ ଦ୍ରବ୍ଯ ମାମଲାରେ ଦୋଷୀ ସାବ୍ଯସ୍ତ ହୋଇ ସଜା ଭୋଗୁଥିଲେ। ଏମାନଙ୍କ ମଧ୍ୟରେ ଜଣେ ଦକ୍ଷିଣ ଆଫ୍ରିକା ଆଉ ଜଣେ ପର୍ତ୍ତୁଗାଲର ରହିଥିବା ଜଣାପଡିଛି। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଶହଶହ ପୋଲିସ କର୍ମୀ ଏବଂ କଏଦୀ ଫେରାର ନ ହୋଇଯାଆନ୍ତୁ, ସେଥିପାଇଁ ଅନେକ ସୈନିକ ଜେଲ ଆଖପାଖରେ ରହିଥିଲେ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...