ତ୍ୱଚା ପାଇଁ ବାଦାମ ତେଲ ବେଶ୍ ଲାଭଦାୟକ ହୋଇଥାଏ। ନିୟମିତ ବାଦାମ ତେଲ ଲଗାଇଲେ ତ୍ୱଚାର ଲୋଚାକୋଚାପଣ ଦୂର ହୋଇଥାଏ । ଦାଗ ମୁକ୍ତ ତ୍ୱଚା ପାଇବାକୁ ଚାହୁଁଥିଲେ, ବାଦାମ ତେଲ ବ୍ୟବହାର କରିପାରିବେ।
ଚର୍ମ :
ତ୍ୱଚାର ଚର୍ମ ଜାକିଜୁକି ହୋଇଥିଲେ ବୟସ ବଢିଲେ ଭଳି ଦିଶେ। ଏହି ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଆପଣ ବାଦାମ ତେଲ ବ୍ୟବହାର କରିପାରିବେ। ଏଥିପାଇଁ ରାତିରେ ବାଦାମ ତେଲ ସହ ନଡ଼ିଆ ତେଲ ମିଶାଇ ମୁହଁରେ ମସାଜ କରନ୍ତୁ । ବାଦାମ ତ୍ୱଚାକୁ କୋମଳ ଓ ନର୍ମାଲ କରେ ।
ଆଖିତଳ କଳା ପଡ଼ୁଥିଲେ :
ଠିକରେ ରାତି ନ ଶୋଇଲେ ଆଖି ତଳ କଳା ପଡ଼ିଯାଏ। ଏହା ମୁହଁର ସୌନ୍ଦର୍ଯ୍ୟ କମାଇଦିଏ। ଦୁଇ ଟୋପା ବାଦାମ ତେଲ କଳା ପଡ଼ିଥିବା ଜାଗାରେ ଲଗାଇଲେ ଦାଗ ଦୂର ହେବ। ବାଦାମ ତେଲ ବ୍ୟବହାର କଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ମୁହଁରୁ ଦାଗ ଦୂର ପାଇଁ :
ମୁହଁରୁ ଦାଗ ଦୂର କରିବା ପାଇଁ ନିୟମିତ ବାଦାମ ତେଲ ଲଗାନ୍ତୁ। ଏହାକୁ କିଛି ଦିନ ବ୍ୟବହାର କଲେ ପୁରୁଣାରୁ ଅତି ପୁରୁଣା ଦାଗ ବି ଲିଭି ଯିବ। ଏହା ଲୋମକୂପ ଯାଏଁ ଯାଇ ପରିଷ୍କାର କରିଥାଏ।