ଭୁବନେଶ୍ୱର, (ଓଡ଼ିଶା ୱେୟାର) : ଆସନ୍ତା ନଭେମ୍ବର ୧୫ ତାରିଖ ଅର୍ଥାତ ସୋମବାର ଠାରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । ଏନେଇ ସୂଚନା ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କୋଭିଡ୍ ଗାଇଡଲାଇନ ପାଳନ କରି ଶ୍ରୀ ଦାଶ କହିଛନ୍ତି । ଏହା ପୂର୍ବରୁ ସ୍ତର ସ୍ତର କରି ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲା ଯାଇଥିବା ବେଳେ ପାଠପଢ଼ା ଜାରି ରହିଛି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲାଯାଇପାରେ ବୋଲି ସୂଚନା ଦିଆଯାଇଥିଲା ।
ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପୂର୍ବରୁ ସୂଚନା ଦିଆଯାଇଥିବା ବେଳେ ଏବେ ଅଫିସିଆଲି ଭାବେ ଘୋଷଣା କରାଯାଇଛି । ତେବେ ଖୁବ୍ ଶୀଘ୍ର ପିଲାମାନଙ୍କ ସ୍କୁଲ ଯିବା ଆସିବା ସମୟ ଘୋଷଣା କରାଯିବ। ଏନେଇ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି । ଯେମିତି ପିଲାମାନେ ସୁରକ୍ଷିତ ଭାବରେ ପାଠପଢି ଫେରିବେ ସେନେଇ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏ ଯେଉଁ ଏସଓପି ରହିଛି, ତାହା ବାକି କ୍ଲାସ୍ ପାଇଁ ବି ସମାନ ଭାବେ ଲାଗୁ ହେବ । ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନାହିଁ।