ନୂଆଦିଲ୍ଳୀ: ଶୁକ୍ରବାର ସକାଳ ସକାଳୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଭିଡ଼ିଓ ପୋଷ୍ଟ କରି କହିଛନ୍ତି, ଗଣ ଧ୍ୱଂସ କରିବାକୁ ୟୁକ୍ରେନ କୌଣସି ପ୍ରକାର ରାସାୟନିକ ଅସ୍ତ୍ର କିମ୍ବା ସେପ୍ରକାରର ଅନ୍ୟ ଅସ୍ତ୍ର ପ୍ରସ୍ତୁତ କରୁନାହିଁ । ଜେଲେନସ୍କି କହିଛନ୍ତି , ଯଦି ଋଷିଆ ୟୁକ୍ରେନ ବିରୁଦ୍ଧରେ କୌଣସି ପ୍ରକାର ଜୈବିକ ଅସ୍ତ୍ର ପ୍ରୟୋଗ କରେ ତେବେ ଋଷିଆ ନିଜ ଉପରେ ଅତି ଗୁରୁତର ପ୍ରତିବନ୍ଧକକୁ ନିମନ୍ତ୍ରଣ କରିବ । ୟୁକ୍ରେନ ଜୈବିକ ଅସ୍ତ୍ର ପ୍ରସ୍ତୁତି କରୁଥିଲା ନେଇ ଋଷ ଅଭିଯୋଗ କରିବା ପରେ ଜେଲେନସ୍କି ନିଜର ଏହି ପ୍ରତିକ୍ରିୟା ରଖତ୍ଛନ୍ତି। ଋଷର ଅଭିଯୋଗ ପରେ ଜେଲେନସ୍କି କହିଛନ୍ତି, ମୁଁ ଏକ ସମୃଦ୍ଧ ଦେଶର ରାଷ୍ଟ୍ରପତି ଏବଂ ଦୁଇଟି ପିଲାଙ୍କର ପିତା । ମୋ ଦେଶରେ କୌଣସି ପ୍ରକାର ରସାୟନିକ ଅସ୍ତ୍ର କିମ୍ବା ଗଣ ଧ୍ୱଂସ ପାଇଁ କୌଣସି ଅସ୍ତ୍ର ପ୍ରସ୍ତୁତ ହେଉନାହିଁ । ମଙ୍ଗଳବାର ବୈଦୁ୍ତିକ ଗଣମାଧ୍ୟମକୁ ବିବୃତ୍ତି ଦେବାକୁ ଯାଇ ଋଷର ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରବକ୍ତା କହିଥିଲେ, ଆମେରିକା ସହାୟତାରେ ୟୁକ୍ରେନ ଘାତକ ପାଥୋଜେନ ଛାଡିବାକୁ ଯୋଜନା କରୁଛି । ସେ ଆହୁରି ମଧ୍ୟ ଦାବି କରିଛନ୍ତି, ଋଷ କିଛି ତଥ୍ୟ ପାଇଛି ଯାହା ପ୍ରମାଣ କରୁଛି ୟୁକ୍ରେନରେ ଆମେରିକା ପ୍ରତିରକ୍ଷା ବିଭାଗ ଦ୍ୱାରା କିଛି ଜୈବିକ ଅସ୍ତ୍ର କାର୍ୟକଳାପ ଚାଲୁଅଛି । ଆଫ୍ରିକାର ସ୍ବାଇନ ଫ୍ଲୁ ଜ୍ୱର ଓ ଆନ୍ଥ୍ରାକ୍ସ ପରି ସଂକ୍ରମଣ ସୃଷ୍ଟି କରିବାକୁ ଆମେରିକା ପକ୍ଷୀ, ବାଦୁଡି ଓ ଅନ୍ୟାନ୍ୟ ସରିସୃପ ପାଥୋଜେନ ଉପରେ ଗବେଷଣା କରିବାକୁ ଯୋଜନା କରୁଛି ଏବଂ ଏ ନେଇ ୟୁକ୍ରେନରେ ଜୈବ ଗବେଷଣାଗାର ପ୍ରତିଷ୍ଠା କରି ଜୈବିକ ଅସ୍ତ୍ର ତିଆରି କରିବାକୁ ଆମେରିକା ସହାୟତା ପ୍ରଦାନ କରୁଛି ଋଷିଆ ଆହୁରି ମଧ୍ୟ ଅଭିଯୋଗ କରିଛି ସୋଭିଏତ ରିପବ୍ଲିକରୁ ବିଚ୍ଛିନ୍ନ ହୋଇ ସ୍ବତନ୍ତ୍ର ଦେଶ ପାଲଟିଥିଲା ଦେଶଗୁଡିକ ଯେର୍ଉମାନେ ନାଟୋରେ ଯୋଗ ଦେବାକୁ ଲକ୍ଷ୍ୟ ରଖତ୍ଛନ୍ତି । ସେହି ସବୁଦେଶରେ ଲୁକ୍କାୟିତ ଭାବେ ଆମେରିକା ଲ୍ୟାବ୍ ପ୍ରତିଷ୍ଠା କରି ଗବେଷଣା କରୁଛି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...