ମୁମ୍ବାଇ: ବିବାଦ ଘେରରେ ରଙ୍ଗ ଦେ୍ ବସନ୍ତି ଫେମ୍ ତଥା ସାଉଥ୍ ଷ୍ଟାର ସିଦ୍ଧାର୍ଥ। ବ୍ୟାଡ୍ମିଣ୍ଟନ୍ ଖେଳାଳି ସାଇନା ନେହୱାଲ୍ଙ୍କ ପ୍ରତି ଅଶୋଭନୀୟ ଟ୍ୱିଟ୍ କରି ଫସିଛନ୍ତି ସାଉଥ୍ ଷ୍ଟାର ସିଦ୍ଧାର୍ଥ। ପରିସ୍ଥିତି ଏପରି ହୋଇଛି ଯେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଜାତୀୟ ମହିଳା କମିଶନ ମହାରାଷ୍ଟ୍ର ଓ ତାମିଲନାଡୁ ଡିଜିପିଙ୍କୁ ଚିଠି ଲେଖିଛନ୍ତି। ସିଦ୍ଧାର୍ଥଙ୍କ ବିରୋଧରେ ମାମଲା ରୁଜୁ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଖୋଦ୍ ମହିଳା କମିଶନର ରେଖା ଶର୍ମା ନିବେଦନ କରିଛନ୍ତି। ଏହାସହ ସିର୍ଦ୍ଧାଥଙ୍କ ଏହି ଟ୍ୱିଟକୁ ହଟାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପାଇଁ ଟ୍ୱିଟରକୁ କୁହାଯାଇଛି।
ସୂଚନାଥାଉ କି, ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ସମ୍ପର୍କରେ ସାଇନା ନେହୱାଲ୍ ଟ୍ୱିଟରରେ ମତ ରଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ସାଇନା ଚିନ୍ତା ପ୍ରକଟ କରିଥିଲେ। ଯଦି ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି, ତା’ହେଲେ ସେହି ଦେଶ କେବେବି ନିଜକୁ ସୁରକ୍ଷିତ କହିପାରିବ ନାହିଁ। ପଞ୍ଜାବ ଘଟଣାକୁ ନେଇ ସାଇନା କଡ଼ା ଭାଷାରେ ନିନ୍ଦା କରିଥିଲେ। ତେବେ ସାଇନାଙ୍କ ଏହି ଟ୍ୱିଟ୍ ଉପରେ ସାଉଥ୍ ଷ୍ଟାର ସିଦ୍ଧାର୍ଥ ଟ୍ୱିଟ୍ କରିଥିଲେ। ଯେଉଁଥିରେ ସେ ଦ୍ୱିଅର୍ଥ ବୋଧକ ଶବ୍ଦ ବ୍ୟବହାର କରିଥିଲେ ଓ ଲେଖିଥିଲେ- Shame on you #Rihanna। ସିଦ୍ଧାର୍ଥଙ୍କ ଏହି ଟ୍ୱିଟ୍କୁ ନେଇ ଲୋକମାନେ ଆପତ୍ତି ଉଠାଇବା ସହ ଜାତୀୟ ମହିଳା କମିଶନରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଏବେ ତମ୍ବିତୋଫାନ ହୋଇଛି। ବିବାଦ ପରେ ସିଦ୍ଧାର୍ଥ ଘଟଣାକୁ ନେଇ ସଫେଇ ଦେଇଛନ୍ତି। କଥାକୁ ଅନ୍ୟ ଅର୍ଥରେ ନିଆଯାଉଛି। କାହାକୁ ଅପମାନ କରିବା ପାଇଁ ସେ ଚେଷ୍ଟା କରି ନାହାନ୍ତି ବୋଲି ସିଦ୍ଧାର୍ଥ କହିଛନ୍ତି।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...