କଟକ (ଓଡ଼ିଶା ୱେୟାର): ଓଡ଼ିଶା ହାଇକୋର୍ଟ ପାଇଁ ନିଯୁକ୍ତ ହୋଇଛନ୍ତି ଚାରି ଜଣ ନୂଆ ବିଚାରପତି। ଦୁଇ ଜଣ ଆଡ୍ଭୋକେଟ୍ ଓ ଦୁଇ ଜଣ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
ଏହି ନବନିଯୁକ୍ତ ବିଚାରପତିମାନେ ହେଲେ ଆଦିତ୍ୟ କୁମାର ମହାପାତ୍ର, ମୃଗାଙ୍କ ଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର।
ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁ ଆଡ୍ଭୋକେଟ୍ରୁ ବିଚାରପତି ହୋଇଥିବା ବେଳେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଜୁଡ଼ିସିଆଲ୍ ଅଫିସରରୁ ଏହି ପଦକୁ ଉନ୍ନୀତ ହୋଇଛନ୍ତି।
ଗତକାଲି ସୁପ୍ରିମ୍କୋର୍ଟ କଲେଜିୟମ୍ର ଏକ ବୈଠକ ବସିଥିଲା। ଏହି ବୈଠକରେ ଏହି ଚାରି ଜଣଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...