ନୂଆଦିଲ୍ଲୀ: ଖରାପ ପାଗ ଏବଂ ପ୍ରବଳ ତୁଷାରପାତ ହେତୁ ହିମାଚଳ ପ୍ରଦେଶର କିନ୍ନରରେ ତିନି ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ITBP ର ୧୭ ତମ ବାଟାଲିୟନ ସର୍ଚ୍ଚ ଓ ଉଦ୍ଧାର କାର୍ୟ୍ୟରେ ନିୟୋଜିତ । ସୂଚନା ଅନୁଯାୟୀ, ୧୦ ଜଣ ଟ୍ରେକରଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ୧୨ ଜଣ ଏବଂ ପଶ୍ଚିମବଙ୍ଗର ଜଣେ ୧୩ ଜଣ ଟ୍ରେକର ରୋହରୁରୁ କିଙ୍ଗନାଉରର ସାଙ୍ଗଲାକୁ ବାରୁଆ କାନ୍ଦା ଦେଇ ଯାଉଥିଲେ। ସେମାନେ ବାରୁଆ କାନ୍ଦା ଅଞ୍ଚଳରେ ଅଟକି ରହିଥିଲେ। ସର୍ବଶେଷ ସୂଚନା ଅନୁଯାୟୀ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି।
ମୃତକଙ୍କ ଶବ ପ୍ରାୟ ୧୫୦୦୦ ଫୁଟ ଉଚ୍ଚରେ ଅଛି । ମୃତଦେହ ଖୋଜିବା ପାଇଁ ଆଇଟିବିପି ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚିଛି। ମୃତକଙ୍କ ନାମ ରାଜେନ୍ଦ୍ର ପଠକ, ଅଶୋକ ଭାଲେରାଓ ଏବଂ ଦୀପକ ରାଓ ବୋଲି ଜଣାପଡିଛି।
ଏହାପୂର୍ବରୁ ଗତ ସପ୍ତାହରେ ଉତ୍ତରପ୍ରଦେଶରେ ମଧ୍ୟ ତୁଷାରପାତ ହେତୁ ଏକ ବଡ଼ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୧୧ ଜଣ ଟ୍ରେକରଙ୍କ ମୃତ୍ୟୁ ଘଟିଥିଲା। ବାୟୁସେନା ଏକ ବିଶାଳ ଉଦ୍ଧାର କାର୍ୟ୍ୟ କରିଥିଲା। ଅକ୍ଟୋବର ୧୮ ରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ପର୍ୟ୍ୟଟକ, ସାଥୀ କ୍ରୁ ଏବଂ ଗାଇଡ୍ ସମେତ ୧୭ ଜଣ ଟ୍ରେକର ରାସ୍ତା ହରାଇଥିଲେ। ଲାମଖାଗା ଅଞ୍ଚଳରୁ ୧୧ ଟି ମୃତଦେହ ଉଦ୍ଧାର କରାଯାଇଛି।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...