ଭୁବନେଶ୍ବର,(ଓଡ଼ିଶା ୱେୟାର): ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପ ଦାସଙ୍କୁ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆ ଯାଇଛି ଶେଷ ସଲାମ୍। ଯେଉଁ ଗାଁରେ ଜନ୍ମ ହୋଇଥିଲେ, ସେଠି ଆଜି ଜଳିଛି ତାଙ୍କ ଜୁଈ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବୀର ଯବାନ ରାଣାପ୍ରତାପଙ୍କୁ ତାଙ୍କ ପୁତୁରା ଦେଇଛନ୍ତି ମୁଖାଗ୍ନି।
ବୀର ଯବାନ ରାଣାପ୍ରତାପ ଦାସଙ୍କ ମରଶରୀରକୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରେ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ଅନେକ ମନ୍ତ୍ରୀ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତା’ପରେ ତାଙ୍କ ମରଶରୀରକୁ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା। ଗଲା ବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କୁ ଦିଆଯାଇଥି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଲୋକେ।
ରାଣାପ୍ରତାପଙ୍କ ପାର୍ଥିବ ଶରୀର ତାଳଚେରରେ ପହଞ୍ଚିବା ପରେ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା। ଏଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଦଳ ମତ ନିର୍ବିଶେଷରେ ସବୁ ନେତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ରାଣାପ୍ରତାପ ଅମର ରହେ ଧ୍ୱନି ମଧ୍ୟରେ ତାଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ବାୟୁସେନା ଅଧିକାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା, ସାଧାରଣ ଲୋକ ଓ ପରିବାର ଲୋକେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...