ମୁମ୍ବାଇ : ସନରାଇଜର୍ସ ହାଇଦ୍ରାବାଦ ଦମଦାର ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସକୁ ୭ ଓ୍ଵିକେଟ୍ରେ ହରାଇଛି । ଏଥିସହ ହାଇଦ୍ରାବାଦ ପାଞ୍ଚଟି ମ୍ୟାଚ୍ରୁ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। କୋଲକାତା ଷଷ୍ଠ ମ୍ୟାଚରୁ ତୃତୀୟ ପରାଜୟ ଭୋଗିଛି। ରାହୁଲ ତ୍ରିପାଠୀଙ୍କ ୭୧ ଏବଂ ଆଡନ ମାରକ୍ରମଙ୍କ ଅପରାଜିତ ବିସ୍ଫୋରକ ୬୮ରନ ବଳରେ ହାଇଦ୍ରାବାଦ କୋଲକାତା ଦ୍ଵାରା ଧାର୍ଯ୍ୟ ୧୭୬ ରନର ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ତ୍ରିପାଠୀ ଓ ମାରକ୍ରନ ତୃତୀୟ ଓ୍ଵିକେଟରେ ୯୪ ରନ ଯୋଡି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନୀତିଶ ରାଣାଙ୍କ ୫୪ ଏବଂ ଆନ୍ଦ୍ରେ ରସେଲଙ୍କ ଅପରାଜିତ ୪୯ ରନ ବଳରେ ୮ ଓ୍ଵିକେଟ୍ ହରାଇ ନିର୍ଦ୍ଧାରିତ ଓଭରରେ ୧୭୫ ରନ କରିଥିଲା।
୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ହାଇଦ୍ରାବାଦକୁ ମାତ୍ର ୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଅଭିଷେକ ଶର୍ମା(୩) ଆଉଟ୍ ହୋଇଥିଲେ। ଅଧିନାୟକ କେନ ଓ୍ଵିଲିୟମସନ(୧୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୩୯ ରନରେ ଓପନରଙ୍କ ହରାଇବା ପରେ ରାହୁଲ ତ୍ରିପାଠୀ ଏବଂ ଆଡନ ମାରକ୍ରମ ଇନିଂସ ସମ୍ଭାଳିଥିଲେ। ବିଶେଷ କରି ତ୍ରିପାଠୀ ଧୂଆଁଧାର ବ୍ୟାଟିଂ କରି ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ରେ ୯୪ ରନ ଯୋଡିଥିଲେ। ଦଳୀୟ ସ୍କୋର ୧୩୩ ରନରେ ତ୍ରିପାଠୀ ପାଭିଲିୟନ ଫେରିଥିଲେ। ସେ ୩୭ ବଲ୍ରୁ ୪ ଚୌକା ଏବଂ ୬ ଛକା ବଳରେ ୭୧ ରନ କରିଥିଲେ। ଏହା ପରେ ବିଜୟ ଔପଚାରିକତା ପୂରଣ କରିଥିଲେ ମାରକ୍ରମ। ସେ ୩୬ ବଲରୁ ୬ ଚୌକା ଏବଂ ୪ ଛକା ସହ ୬୮ ରନରେ ଅପରାଜିତ ରହି ଦଳକୁ ବିଜୟୀ କରାଇଛନ୍ତି। ହାଇଦ୍ରାବାଦ ୧୭.୫ ଓଭରେ ୩ ଓ୍ଵିକେଟ୍ ହରାଇ ୧୭୬ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...