କୋଲକାତା: ଜାତୀୟ ସ୍ତରର ପୁରସ୍କାର ବିଜେତା ତଥା ଅନ୍ତର୍ଜାତୀୟ ସ୍ତରର ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ନିର୍ଦ୍ଦେଶିତ ଆଦିୟୁ ଗୋଦାର୍ଡର ପ୍ରିମିୟର ଭାରତରେ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀରେ ଆୟୋଜିତ ହେବାକୁ ଯାଉଥିବା ସମ୍ମାନ ୨୭ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ (କିଫ) ଏହି ସିନେମାର ପ୍ରିମିୟର ହେବା ନେଇ ସୂଚନା ରହିଛି। ତେବେ ଏହି ଚଳଚ୍ଚିତ୍ରଟିର ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରିମିୟର ହୋଇ ସାରିଛି। ଏହି ଚଳଚ୍ଚିତ୍ରଟିରେ ଚୌଧୁରୀ ବିକାଶ ଦାସଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଛି। ଓଡ଼ିଶାରେ ଅତି ସୁନ୍ଦର ଭାବରେ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରଟି କିମ୍ବଦନ୍ତୀ ଫ୍ରେଞ୍ଚ ଚଳଚ୍ଚିତ୍ର ନିର୍ମାତା ଜାନ-ଲୁକ ଗୋଦାର୍ଡଙ୍କ ପାଇଁ ଏକ ସାମାଜିକ-ସାଂସ୍କୃତିକ ବ୍ୟଙ୍ଗ ଶ୍ରଦ୍ଧାଞ୍ଜଳି | ଦିପନ୍ବିତ ଦାଶମହାପାତ୍ର, ସୁଧାଶ୍ରୀ ମଧୁସ୍ମିତା, ସ୍ୱସ୍ତିକ ଚୌଧୁରୀ, ଚୌଧୁରୀ ଜୟପ୍ରକାଶ ଦାସ, ଶଙ୍କର ବସୁ ମଲ୍ଲିକ, ଅଭିଷେକ ଗିରି, ସ୍ୱେତପଦ୍ମା ସତ୍ୟପାଠୀ ଏବଂ ଡକ୍ଟର ବନିକାନ୍ତ ମିଶ୍ର ଏହି ଚଳଚ୍ଚିତ୍ରର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...