କୋରାପୁଟ, (ଓଡ଼ିଶା ୱେୟାର) : ଛତିଶଗଡ ସୀମାନ୍ତ କାଠପୋଡା ପଞ୍ଚାୟତର ଜି. ମାଝିଗୁଡା ମୌଜାରେ ବହୁ ସଂଖ୍ୟାରେ ଗଂଜେଇ ଗଛକୁ ନଷ୍ଟ କରାଯାଇଛି।କୋରାପୁଟ ଜିଲ୍ଲାରେ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ।
ବୈପାରୀଗୁଡା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରିଥିଲା। ୩୮ ଏକର ଜମିରେ ଗଂଜେଇ ଚାଷ ନଷ୍ଟ କରାଯାଇଛି। ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ ଟଙ୍କା ହେବ। ଓଡିଶା-ଛତିଶଗଡ ସୀମାନ୍ତ ମାଓ ପ୍ରବଣ ଅଂଚଳରେ ଗଞ୍ଜେଇ ମାଫିଆମାନେ ଚୋରାରେ ଗଂଜେଇ ଚାଷ କରୁଥିବା ସୂଚନା ପରେ ଚଢାଉ କରାଯାଇଥିଲା।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...