ପୁରୀ, (ଓଡ଼ିଶା ୱେୟାର) : ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ ଲାଗିଛି କଟକଣା ଗତ ଦୁଇବର୍ଷ ପରି ଫିକା ଫିକା ହେବାକୁ ଯାଉଛି ପୁରୁଣା ବର୍ଷର ଶେଷ ଓ ନୂଆ ବର୍ଷର ପ୍ରଥମ ଦିନ ଅତ୍ଯଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧, ଜାନୁଆରୀ ୧ଓ ୨ ଶ୍ରୀମନ୍ଦିର ବନ୍ଦ ରହିବ ଶ୍ରୀମନ୍ଦିର ଛତିଶା ଓ ପରିଚାଳନା କମିଟି ବୈଠକରେ ଯଥେଷ୍ଟ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଗୁରୁବାର ଶେଷ ଦର୍ଶନ ଶ୍ରୀମନ୍ଦିର ପ୍ରବେଶ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ଯାୟ ଟୀକାକରଣ ରିପୋର୍ଟ ମଧ୍ୟରୁ ଯେକୌଣସି ଗୋଟିଏ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ଯ ଏହି ବର୍ଷର ଶେଷ ଦିନ ଓ ନୂଆବର୍ଷର ପ୍ରଥମ ଦିନରେ ଅତ୍ଯଧିକ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ଡିସେମ୍ବର ୩୧ ଓ ଜାନୁଆରୀ ୧ ସହ ୨ ତାରିଖ ରବିବାର ଥିବାରୁ ଲଗାତାର ୩ ଦିନ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ଓମିକ୍ରନ ଭୂତାଣୁ ପାଇଁ ସଜାଗ ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ସଂକ୍ରମଣ ରୋକିବା ପାଇଁ ରେଳଷ୍ଟେସନ, ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ଯଟକଙ୍କ ଉପରେ ପ୍ରଶାସନ କଡ଼ା ନଜର ରଖିଛି । ହୋଟେଲ ମାନଙ୍କରେ କୋଭିଡ ନିୟମ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...