ନୂଆଦିଲ୍ଲୀ: ସଂସଦରେ ମୌସୂମି ଅଧିବେଶନ ସମୟରେ ସରକାରଙ୍କୁ ବିରୋଧୀ କ୍ରମାଗତ ଭାବେ ଘେରି ଆସୁଛନ୍ତି । ତେବେ ପେଗାସସ ମାମଲା ଓ ନୂତନ କୃଷି ଆଇନକୁ ବିରୋଧ କରି ସରକାରଙ୍କୁ ଆହୁରି ଘେରିବାକୁ ବିରୋଧୀମାନେ ରଣନୀତି ପ୍ରସ୍ତୁତ କରିଆସୁଛନ୍ତି । ଏହି କ୍ରମରେ ଆଜି ବିରୋଧୀମାନେ ସଂସଦ ଭବନରେ ଏକ ବୈଠକ କରିଛନ୍ତି । ଏହି ବୈଠକରେ ପୁନର୍ବାର ରାହୁଲ ଗାନ୍ଧୀଙ୍କ ବ୍ୟତୀତ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଅଧୀର ରଞ୍ଜନ ଚୌଧୂରୀ, ଶିବସେନା ନେତା ସଞ୍ଜୟ ରାଉତ, ଆରଜେଡ଼ିର ମନୋଜ ଝା ପ୍ରମୁଖ ସାମିଲ ହୋଇଥିଲେ । ଏହି ପ୍ରମୁଖ ନେତାଙ୍କ ବ୍ୟତୀତ ଡିଏମକେ, ଟିଏମସି, ଏନସିପି, ଶିବସେନା, ଆରଜେଡ଼ି, ସମାଜବାଦୀ ପାର୍ଟି, ସିପିଆଇଏମ, ଆପ, ସିପିଆଇ, ଆଇୟୁଏମଏଲ, ଆରଏସପି, ନ୍ୟାସନାଲ କନଫରେନ୍ସ ଓ ଏଲଜେଡ଼ି ପ୍ରମୁଖ ପ୍ରତିନିଧି ସାମିଲ ହୋଇଥିଲେ ।
ଏଠାରେ କହି ରଖୁକି ଗତ ମଙ୍ଗଳବାର ରାହୁଲ ଗାନ୍ଧୀ ବିରୋଧୀ ଦଳର ସଦସ୍ୟଙ୍କ ସହିତ ଏକ ଜଳପାନ ବୈଠକର ଆୟୋଜନ କରିଥିଲେ । ଏହି ବୈଠକରେ ପେଗାସସ ମାମଲା ବ୍ୟତୀତ କୋରୋନା କାଳରେ ବିପର୍ୟ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା, ପରିଚାଳନାଗତ ତୃଟି ଆଦିକୁ ନେଇ ସରକାରଙ୍କୁ ସମାଲୋଚନା କରିବା ସହିତ ସରକାରଙ୍କୁ ଘେରିବା ସହିତ ରଣନୀତି ଚୂଡ଼ାନ୍ତ କରିଥିଲେ । ସେହିପରି କୃଷି ଆଇନକୁ ବିରୋଧ କରି ସଂସଦ ପର୍ୟ୍ୟନ୍ତ ଟ୍ରାକ୍ଟର ରାଲି କରିଥିଲେ ।
ତେବେ ଏହାର ଏକ ସପ୍ତାହ ପରେ ରାହୁଲ ତୈଳଦରକୁ ପ୍ରତିବାଦ କରି ସାଇକେଲରେ ସଂସଦକୁ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲା । ଏହି ଟ୍ରାକ୍ଟର ରାଲିରେ ବିରୋଧୀ ଦଳର ସଦସ୍ୟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସେହିପରି ରାହୁଲଙ୍କ ସାଇକେଲ ରାଲିରେ କିଛି ବିରୋଧୀ ଦଳ ନେତା ମଧ୍ୟ ସାଇକେଲରେ ଯାଉଥିବା ଦେଖିବାକୁ ମିଳିଥିଲା। ଏହି ନେତାଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର, ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ଶିବସେନାର ସଞ୍ଜୟ ରାଉତ, ଓ ଡିଏମକେର କାନିମୋଝିଙ୍କୁ ଏହି ନେତାଙ୍କ ମଧ୍ୟରେ ସାମିଲ ଥିଲେ ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...