ଧର୍ମଗଡ଼,(ଓଡ଼ିଶା ୱେୟାର) : ବିଦ୍ୟୁତ୍ ଖୁଣ୍ଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଭଏଁରୀ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଜରାଜ ନାଏକ । ତାଙ୍କୁ ୪୦ ବର୍ଷ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗଜରାଜଙ୍କ ମୃତଦେହ ବିଦ୍ୟୁତ୍ ଖୁଣ୍ଟ ଉପରେ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ ଦୀର୍ଘ ୨ ଘଣ୍ଟା ଚେଷ୍ଟା କରିବା ପରେ ଜୟରାମଙ୍କ ମୃତଦେହକୁ ବିଦ୍ୟୁତଖୁଣ୍ଟରୁ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ କଲମପୁର ଡାକ୍ତରଖାନାକୁ ପଠାଯାଇଛି।
ଜୟରାମ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଜୟରାମ ରାଜ ମିସ୍ତ୍ରୀ ଭାବେ କାମ କରୁଥିଲେ। ଜୟରାମ ବିବାହ କରିଥିଲେ ଓ ତାଙ୍କର ଗୋଟିଏ ଝିଅ ଅଛି।ପ୍ରକାଶଙ୍କ ପରିବାର ଲୋକେ କହିଛନ୍ତି ଯେ କିଛି ଦିନ ତଳେ ସେ ୩୦ ହଜାର ଟଙ୍କା ମାଗିଥିଲେ। କାହିଁକି ତାଙ୍କର ଟଙ୍କା ଦରକାର ବୋଲି ତାଙ୍କ ମା’ ପଚାରିଥିଲେ। ପ୍ରକାଶ କହିଥିଲେ ଯେ ସେ ୩୦ ହଜାର ଟଙ୍କା ଧାର କରିଥିଲେ ଓ ସେମାନେ ତାଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି।
ଏଭଳି ଅଭିଯୋଗକୁ କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଖଣ୍ଡନ କରିଥିବା ବେଳେ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...