ମୁମ୍ବାଇ : ଇଣ୍ଡିଆନ୍ ଆଇଡଲ ଯୋଗୁ ଚର୍ଚ୍ଚାରେ ଥିବା ପବନଦୀପ ଓ ଅରୁଣିତା କାଞ୍ଜିଲାଲଙ୍କ ସମ୍ପର୍କରେ ଲାଗିଗଲା କାହାର ନଜର ହେଇଗଲା ଫାଟ । ଏବେ ସେ ଅଲଗା ହେଇଯାଇଛନ୍ତି । ଅରୁଣିତା କାଞ୍ଜିଲାଲ ପବନଦୀପଙ୍କ ସହ ଗୀତ ଗାଇବେନି ବୋଲି ରୋକ ଠୋକ ମନା କରି ଦେଇଛନ୍ତି । ଇଣ୍ଡିଆନ୍ ଆଇଡଲ ୧୨ରେ ଏହି ଦୁଇ ପ୍ରତିଯୋଗୀ ବେଶ୍ ଚର୍ଚ୍ଚାରେ ଥିଲେ। ଏହି ଦୁଇ ଙ୍କ ଯୁଗଳବନ୍ଦୀ ଶୁଣିବାକୁ ଦର୍ଶକେ ଅନେଇ ବସୁଥିଲେ। ଏହି ଦୁଇ କଣ୍ଠଶିଳ୍ପୀ ରିଲେସନ୍ସିପ୍ରେ ଅଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଥିଲା। ଏଣୁ ଫ୍ୟାନ୍ମାନେ ତାଙ୍କୁ ସ୍ନେହରେ ‘ଅରୁଦୀପ’ ବୋଲି ମଧ୍ୟ ଡାକୁଥିଲେ। କିନ୍ତୁ ଏବେ ଖବର ଆସିଛି ଯେ ପବନଦୀପଙ୍କ ସହ ଆଗାମୀ ଆଲବମ୍ରେ ଗୀତ ଗାଇବାକୁ ମନା କରି ଦେଇଛନ୍ତି ଅରୁଣିତା।
ଇଣ୍ଡିଆନ୍ ଆଇଡଲ ୧୨ ଶେଷ ହେବା ପରେ ମଧ୍ୟ ପବନଦୀପ ରାଜନ ଓ ଅରୁଣିତା କାଞ୍ଜିଲାଲଙ୍କ ପ୍ରତି ଫ୍ୟାନ୍ଙ୍କ ଭଲ ପାଇବା ଅତୁଟ ଥିଲା। ଏହି ଭଲ ପାଇବାକୁ ଦେଖି ଏହି ଦୁଇ କଣ୍ଠଶିଳ୍ପୀ ମଧ୍ୟ ଏକାଠି କେତେ ଗୁଡ଼ିଏ ଆଲବମ୍ ଓ ଇଭେଣ୍ଟ କରିଥିଲେ। ପବନଦୀପ ଓ ଅରୁଣିତା ମ୍ୟୁଜିକ ଡାଇରେକ୍ଟର ରାଜ ସୁରାନୀଙ୍କ ମ୍ୟୁଜିକ ଭିଡିଓ ସିରିଜ୍ ପାଇଁ ମଧ୍ୟ ସାଇନ୍ କରିଥିଲେ। କିନ୍ତୁ ଏବେ ଅରୁଣିତା ଏହି ସିରିଜ୍ ଛାଡ଼ି ଦେଇଛନ୍ତି। ଅରୁଣିତାଙ୍କ ଜାଗାରେ ପବନଦୀପଙ୍କ ବିପକ୍ଷରେ ଏବେ ଆଉ ଜଣେ ନାୟିକାଙ୍କୁ ସାଇନ୍ କରାଯିବ।
ଅନ୍ୟ ପଟେ ରାଜ ସୁରାନୀଙ୍କ ମ୍ୟୁଜିକ ଭିଡିଓ ପାଇଁ ସାଇନ୍ କରିବା ବେଳେ ଅରୁଣିତାଙ୍କ ବାପା କହିଥିଲେ ଯେ ଏଥିରେ ପବନଦୀପ ଓ ଅରୁଣିତାଙ୍କ ମଧ୍ୟରେ କୌଣସି ଇଣ୍ଟିମେଟ୍ ସିନ୍ ଯେମିତି ନ ରହେ। ଏହାର ଜବାବରେ ରାଜ ସୁରାନୀ କହିଥିଲେ, ମ୍ୟୁଜିକ ଭିଡିଓ ସୁଟିଂ ବେଳେ ଆପଣ ସେଟ୍ରେ ଉପସ୍ଥିତ ରୁହନ୍ତୁ।
ତେବେ ଏସବୁ କଥାରୁ ସ୍ପଷ୍ଟ ହୋଇଛି ଯେ ଅରୁଣିତାଙ୍କ ବାପା ମା’ ଚାହୁଁନାହାନ୍ତି ପବନଦୀପ ଓ ଅରୁଣିତା ଏକାଠି କୌଣସି ମ୍ୟୁଜିକ ଭିଡିଓ କରନ୍ତୁ। ଏଣୁ ଅରୁଣିତା ଆଗାମୀ ଆଲବମ୍ରେ କାମ କରିବେ ନାହିଁ। ଡାଇରେକ୍ଟର ମଧ୍ୟ ତାଙ୍କ ସ୍ଥାନରେ ଆଉ ଜଣେ ହିରୋଇନ୍ଙ୍କୁ ନେବାକୁ ଚିନ୍ତା କରୁଥିବା ଜଣାଯାଇଛି।