ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ହାଇକୋର୍ଟରେ ମାମଲାର ଶୁଣାଣି ଘୁଞ୍ଚିଲା । ଆସନ୍ତା ସପ୍ତାହରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ବର୍ଷା ତାଙ୍କ ପକ୍ଷ ରଖିନଥିବାରୁ ଶୁଣାଣି ଘୁଞ୍ଚିଛି। ଧାର୍ୟ୍ୟ ସମୟରେ ମାମଲାର ଶୁଣାଣି ଶେଷ କରିବାକୁ ଆବେଦନ ହୋଇଛି । ସାଂସଦ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଆବେଦନ ହୋଇଛି । ପତ୍ନୀ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମାମଲା ଦାୟର କରିଥିଲେ । ଏହା ପରେ ବର୍ଷା ଅନୁଭବଙ୍କ ବିରୁଦ୍ଧରେ କଟକ ଏସ.ଡି.ଜେ.ଏମଙ୍କ ଅଦାଲତରେ ଘରୋଇ ହିଂସା ଓ ପରିବାର ଅଦାଲତରେ ବେବାହିକ ଜୀବନଙ୍କୁ ସ୍ଥାୟୀ କରିବା ନେଇ ଦୁଇଟି ମାମଲା ଦାୟର କରିଥିଲେ ।
ଏହାର କିଛି ଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତରିତ ପାଇଁ ପ୍ରାର୍ଥନା କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରି ଗତ ମାର୍ଚ୍ଚ ୫ ତାରିଖରେ ମାମଲାକୁ କଟକ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟରେ ଜବାବ ଦାଖଲ ପିଟିସନ ଦାୟର ହୋଇଥିଲା ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...