କେନ୍ଦ୍ରାପଡ଼ା, (ଓଡ଼ିଶା ୱେୟାର): ମା’ ମୃତଦେହ ନିକଟରେ ପଡ଼ି ରହିଥିଲା ଗୁରୁତର ଶିଶୁ। କେହି ନୃଶଂସ ମା’କୁ ଗଳା କାଟି ହତ୍ୟା କରିଥିବା ବେଳେ ଶିଶୁଟିକୁ ବି ରକ୍ତାକ୍ତ କରି ଫୋପାଡ଼ି ଦେଇ ପଳାଇଥିଲା। ଶିଶୁଟି ମରିଯାଇଥିବା ଭାବି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଶିଶୁଟି କିନ୍ତୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ଏପରି ଅଭାବନୀୟ କାଣ୍ଡ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା କଣ୍ଡରାପାଟିଆ ଲୁଣା ଜଙ୍ଗଲ ରାସ୍ତାରେ ଘଟିଛି।
ଆଜି ଭୋରରୁ ଲୁଣା ଜଙ୍ଗଲ ରାସ୍ତାରେ ଜଣେ ମହିଳାଙ୍କ ମୃତଦେହ ପଡ଼ି ରହିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ମହିଳାଜଣଙ୍କୁ କେହି ଗଳା କାଟି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ତେବେ ମୃତଦେଦଠୁ ଅଳ୍ପ ଦୂରରେ ତାଙ୍କର ୩ବର୍ଷର ଶିଶୁ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର କରାଯାଇଛି । ଶିଶୁଟିର ମୁଣ୍ଡକୁ ଦୁର୍ବୃତ୍ତ ଛେଚି ମରିଯାଇଥିବା ଭାବି ଫୋପାଡ଼ି ଦେଇ ପଳାଇଥିବା ଅନୁମାନ କରାଯାଉଛି।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...