ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବିଧାନସଭା ର୍ନିବାଚନ ପୂର୍ବରୁ ଆଶାୟୀଙ୍କୁ ଲାଗିଛି ବଡ ଝଟକା। ଆଶାରେ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ଯାତ୍ରା ଆରମ୍ଭ କରିଥିବା ଇମରାନ୍ ମସୂଦଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ମୁସଲମାନଙ୍କୁ ସୁଧୁରିଯିବା ପାଇଁ ପରାମର୍ଶ ଦେଉଛନ୍ତି । କହୁଛନ୍ତି ଯେ, ମୋର ଅନୁଭବ କହୁଛି ଏବେବି ସମୟ ଅଛି ସୁଧୁରିଯାଅ ।ଉତ୍ତର ପ୍ରଦେଶର ଟାଣୁଆ ନେତା କୁହାଯାଉଥିବା ଇମ୍ରାନ ମସୂଦ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ । ଯେଉଁ ଆଶାରେ ମୁଁ ପାର୍ଟି ଛାଡିଆସିଥିଲି। ଆଶାରେ ହିଁ ରହିଗଲା। ଟିକେଟ ମିଳିଲାନି । ଏବେ ନିରାଶ ହୋଇଯାଇଛି । ଯାଦବ ଟିକେଟ ଦେଲେ ନାହିଁ । ସହାରାନପୁର (ଗ୍ରାମାଞ୍ଚଳ)ରୁ ବିଧାୟକ ମସୂଦ ଅଖତାରଙ୍କ ସହିତ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ। ସମାଜବାଦୀ ପାର୍ଟିରୁ ତାଙ୍କୁ ଟିକେଟ ନଦେବାରୁ ଲକ୍ଷ୍ନେରୁ ନିଜର ସହାରନପୁର ନିବାସକୁ ଫେରିବା ପରେ ଅନ୍ୟ ସମର୍ଥକଙ୍କୁ ପରାମର୍ଶ ଦେଉଛନ୍ତି । ହୋଇଥିବା ଭିଡିଓ ଅମ୍ବାଲା ରୋଡର ମେଗ ଚାପରରେ ଅବସ୍ଥିତ ଇମ୍ରାନ ମାସୁଦଙ୍କ ବାସଭବନ ବାହାରେ ବୋଲି କୁହାଯାଉଛି । ଭିଡିଓରେ ଇମ୍ରାନ ମାସୁଦଙ୍କ ସମର୍ଥକମାନେ ତାଙ୍କୁ ଘେରି ରହିଥିଲେ । ଯେତେବେଳେ ସମର୍ଥକଙ୍କ ସହ ଟିକେଟ ବିଷୟରେ ଆଲୋଚନା କରୁିଥିଲେ, ସେତେବେଳେ ସେ ଅଧିକ ରାଗିଗଲେ। ତାଙ୍କୁ ପାଟିରୁ ବାହିରିପଡିଥିଲା ସତକଥା।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...