Latest

ପୁଲିସ କମିଶନରଙ୍କୁ ଇଙ୍ଗିତ କରି ବର୍ଷିଲେ ବିରୋଧୀ ଦଳ ନେତା

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଇଙ୍ଗିତ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଆଜି ଅଫିସରଙ୍କୁ ସେମାନଙ୍କର ଲକ୍ଷଣରେଖା ସମ୍ପର୍କରେ ସଚେତନ କରାଇଛନ୍ତି । ଏପରିକି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ତାରତମ୍ୟ ଯେଭଳି ଭବିଷ୍ୟତରେ ନକରିବେ ସେନେଇ ରୁଲିଂ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ।
ଆଜି ବିଧାନସଭାରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ପୁଲିସ କମିଶନରଙ୍କ ନାଁ ନନେଇ ତାଙ୍କୁ ଇଙ୍ଗିତ କରି ତାଙ୍କର ମନ୍ତବ୍ୟକୁ ନିନ୍ଦା କରିଥିଲେ । ଶ୍ରୀ ନାଏକ କହିଥିଲେ ଯେ, ଅଫିସର କହୁଛନ୍ତି ସିବିଆଇ ପାରିଲା ନାହିଁ, ଆମେ ପାରିଲୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏମିତି ତାରତମ୍ୟ ରଖିବା ଠିକ୍ ନୁହେଁ । କୌଣସି ସରକାରୀ ଅଫିସର ନିଜର ବାହାଦୂରୀ ମାରି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ତାରତମ୍ୟ କରିବା ଅନୁଚିତ୍ । ଯଦି ବାହାଦୂରୀ ନେବାର ଥିଲା ରାଜ୍ୟ ସରକାରଙ୍କ ପ୍ରତିନିଧି କହିଥିଲେ ଭଲ ହୋଇଥାନ୍ତା । ଚାକିରି ସର୍ତ୍ତାବଳୀରେ ଅଫିସରମାନଙ୍କ ଆଚରଣ କିଭଳି ହେବା ଉଚିତ୍ ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ତଥାପି ଅଫିସରମାନେ ଏଭଳି ମନ୍ତବ୍ୟ ଦେଉଛନ୍ତି । ଏହାକୁ ଆମେ ନିନ୍ଦା କରୁଛୁ ଓ ତୁରନ୍ତ ଏନେଇ ସମ୍ପୃକ୍ତ ଅଫିସର କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପୁଲିସ କମିଶନର ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ, ସିବିଆଇ ଯାହା ପାରିଲା ନାହିଁ ତାକୁ କମିଶନରେଟ ପୁଲିସ କରି ଦେଖାଇଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version