Latest

ରାଜ୍ୟ ଆଇନସେବା ପ୍ରାଧିକରଣ ପୁର୍ନଗଠିତ

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ‘ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ’ର ପୁର୍ନଗଠନ କରିଛନ୍ତି । ଏଥିରେ ୮ଜଣ ନୂଆ ସଦସ୍ୟଙ୍କୁ ସାମିଲ କରିଛନ୍ତି । ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଜଷ୍ଟିସ ସଞ୍ଜୁ ପଣ୍ଡା କାର୍ଯ୍ୟ କରୁଛନ୍ତି ।
ତେବେ ଗୁରୁବାର ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୬ଜଣ ସଦସ୍ୟ ଥିବାବେଳେ ଖୋର୍ଦ୍ଧା ଓ କଟକର ଜିଲ୍ଲା ଜଜଙ୍କୁ ଏକ୍ସ-ଅଫିସୋ ମେମ୍ବର ଭାବେ ସାମିଲ କରାଯାଇଛି । ରାଜ୍ୟ ଆଇନସେବା ପ୍ରାଧିକରଣରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଆଡଭୋକେଟ୍ ମିଲନ କାନୁନଗୋ, ଆଡଭୋକେଟ୍ ଗୋପାଳ ଚନ୍ଦ୍ର ମହାନ୍ତି, ଆଡଭୋକେଟ ସନାତନ ଦାସଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ, ସମାଜର ଦୁର୍ବଳ ଓ ବଂଚିତ ବର୍ଗ ସମେତ ସମସ୍ତ ନାଗରିକଙ୍କୁ ନ୍ୟାୟ ପ୍ରଦାନରେ ସହାୟତା ଦିଗରେ ଆଇନସେବା ପ୍ରାଧିକରଣ କାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *

Most Popular

Exit mobile version