ଭୁବନେଶ୍ୱର : ଆସନ୍ତା ମାଟ୍ରିକ ପରୀକ୍ଷା ପାଇଁ ଆଜିଠାରୁ ଅନଲାଇନରେ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଉଭୟ ସରକାରୀ ଓ ବେସରକାରୀ ହାଇସ୍କୁଲଗୁଡ଼ିକ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଆନୁଷ୍ଠାନିକ ୱେବସାଇଟକୁ ଯାଇ ଏହି ଫର୍ମ ପୂରଣ କରିପାରିବେ । ଫର୍ମ ପୂରଣ ଶେଷ ତାରିଖ ନଭେମ୍ବର ୧୬ତାରିଖ ରହିଛି । ଯେଉଁ ପରୀକ୍ଷାର୍ଥୀମାନେ ନଭେମ୍ବର ୧୬ତାରିଖ ସୁଦ୍ଧା ପଞ୍ଜିକରଣ ଓ ଫି ଡିପୋଜିଟ୍ କରିଥିବେ ସେମାନଙ୍କୁ ିନଶ୍ଚିତ ଭାବେ ନଭେମ୍ବର ୧୭ ସୁଦ୍ଧା ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ । ସେହିପରି ଫାଇନ ସହ ଫର୍ମପୂରଣର ଶେଷ ତାରିଖ ନଭେମ୍ବର ୨୨ତାରିଖ ରହିଛି । ଚଳିତବର୍ଷ ନିୟମିତ ଛାତ୍ରଛାତ୍ରୀଙ୍କୁ ୩୨୦ ଟଙ୍କା ପରୀକ୍ଷା ଫି ଓ ଅନ୍ୟମାନଙ୍କୁ ୪୦୫ଟଙ୍କା ପରୀକ୍ଷା ଫି ଦାଖଲ କରିବାକୁ ପଡ଼ୁଛି । ବିଳମ୍ବରେ ପଞ୍ଜିକରଣ ଓ ଫର୍ମ ଦାଖଲ ପାଇଁ ଅଧିକ ୫୦ଟଙ୍କାର ଜୋରିମାନା ଦେବାକୁ ପଡ଼ିବ । ଫେବୃୟାରୀ ଶେଷ ଭାଗରେ ମାଟ୍ରିକ ପରୀକ୍ଷା ହେବାର କାର୍ଯ୍ୟକ୍ରମ ରହିଛି ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...