Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା ସୁଜାତା ପୁଣିଥରେ ନିଜର ଛୁଟିକୁ ଆଉ ୬ମାସ ବୃଦ୍ଧି ପାଇଁ କରିଥିବା ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିଛନ୍ତି । ଏହାସହିତ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୭ରୁ ଚାକିରିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଆଜି ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇଛନ୍ତି । ସୁଜାତା ନଭେମ୍ବର ୨୭ରୁ ଆଉ ୬ମାସ ପାଇଁ ଛୁଟିରେ ଯିବାକୁ ଗତ ନଭେମ୍ବର ୪ତାରିଖରେ ମୁଖ୍ୟ ସଚିବଙ୍କୁ ଲିଖିତ ଅନୁରୋଧ କରିଥିଲେ । ତାଙ୍କୁ ଅଧିକ ଛୁଟି ଦେବା ପାଇଁ ସରକାର ରାଜି ନଥିବା ନେଇ ସୁଜାତାଙ୍କୁ ଲିଖିତ ଭାବେ ଶ୍ରୀ ମହାନ୍ତି ସ୍ପଷ୍ଟ କରିବା ସହ ନଭେମ୍ବର ୨୭ରୁ କାର୍ଯ୍ୟରେ ଯୋଗ ଦେବାକୁ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ନବୀନ ପଟ୍ଟନାୟକ ସରକାରରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ଅଖଣ୍ଡ ପ୍ରଭାବର ଅଧିକାରିଣୀ ଥିଲେ । ତେବେ ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ସୁଜାତା ଛୁଟିରେ ପଳାଇଥିବା ନେଇ ୨୦୨୪ ଜୁନ୍ ୬ ତାରିଖରେ ସାଧାରଣ ପ୍ରଶାସନ ବିଭାଗର ଚିଠିରୁ ଜଣାପଡ଼ିଥିଲା । ସୁଜାତାଙ୍କୁ ପିଛିଲା ଭାବେ ମେ’ ୩୧ତାରିଖରୁ ନଭେମ୍ବର ୨୬ତାରିଖ ପର୍ଯ୍ୟନ୍ତ ୧୮୦ଦିନର ଛୁଟି(ସନ୍ତାନର ଜନ୍ମ ପାଇଁ) ଅନୁମତି ଦିଆଯାଇଥିଲା । ଏହି ଛୁଟି ଅବଧି ମଧ୍ୟରେ ସୁଜାତାଙ୍କୁ ସମ୍ପୂର୍ଣ୍ଣ ଦରମା ମଧ୍ୟ ମିଳୁଥିଲା । ସର୍ବଭାରତୀୟ ସେବା ରୁଲସ-୧୯୫୫ର ରୁଲ-୧୮(ଘ)ରେ ଥିବା ପ୍ରାବଧାନ ଆଧାରରେ ସେ ତାଙ୍କ ଝିଅର ଦଶମ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଛୁଟି ଆବେଦନ କରିଥିଲେ । ଯାହାକୁ ତତକାଳୀନ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଅନୁମୋଦନ କରିଥିଲେ । ସାଧାରଣ ନିର୍ବାଚନବେଳେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ସୁଜାତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା ।
ସୁଜାତା ଆସନ୍ତାକାଲି ତାଙ୍କ କାର୍ଯ୍ୟରେ ଯୋଗ ଦେଉଛନ୍ତି କି ନାହିଁ ତାକୁ ନେଇ ବିଜେଡି ନେତାମାନଙ୍କ ସମେତ ଗଣମାଧ୍ୟମ ଓ ପ୍ରଶାସନିକ କଳରେ ଚର୍ଚ୍ଚା ଜୋର ଧରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top