Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଉଷ୍ମ ହେବ ବିଧାନସଭା ଶୀତ ଅଧିବେଶନ: ରଣନୀତି ଚୂଡ଼ାନ୍ତ କଲେ ଶାସକ-ବିରୋଧୀ

ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ କରିଛନ୍ତି ।

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭାର ଶୀତ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ । ବିଜେପି ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ପୁଳାପୁଳା ପ୍ରସଙ୍ଗ ପ୍ରସ୍ତୁତ ସହ ଗୃହ ଭିତରେ ଆକ୍ରଣାତ୍ମକ ଆଭିମୁଖ୍ୟ ପୋଷଣ ନିମନ୍ତେ ରଣନୀତି ଚୂଡ଼ାନ୍ତ କରିଛନ୍ତି । ଆଉ ଶାସକ ବିଜେପି ମଧ୍ୟ ନିଜ ସରକାରର ୫ମାସର ସଫଳତାକୁ ରଖିବା ସହ ପୂର୍ବ ସରକାରର କଳାକାରନାମାକୁ ଉଜାଗର କରି ଗୃହ ଭିତରେ ବିରୋଧୀ ଦଳକୁ ଘେରିବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି । ଏପଟେ ଆଜି ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହ ସୁପରିଚାଳନା ପାଇଁ ସହଯୋଗ ଲୋଡ଼ିଥିବାବେଳେ ଉଭୟ ଶାସକ ଓ ବିରୋଧୀ ଭିନ୍ନ ଭିନ୍ନ ଭାବେ ବୈଠକ କରି ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି ।
ବିଧାନସଭା ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ୬ଜଣ ଦିବଂଗତ ସଦସ୍ୟଙ୍କ ସମ୍ମାନରେ ଶୋକପ୍ରସ୍ତାବ ପାରିତ ହେବ । ଏହାପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିବ । ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଜିଏସଟି(ଦ୍ୱିତୀୟ ସଂଶୋଧନ) ଅଧ୍ୟାଦେଶ-୨୦୨୪କୁ ଗୃହରେ ଉପସ୍ଥାପନ କରିବେ । ଦ୍ୱିତୀୟାର୍ଦ୍ଧରେ ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଗତ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଗୃହରେ ଲଢ଼େଇ କରିବା ପାଇଁ ବିରୋଧୀ ଦଳ ନେତା ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାରେ ସମସ୍ତ ବିଜେଡି ବିଧାୟକ ଉପସ୍ଥିତ ରହିବେ । ବିଧାନସଭା ପ୍ରସଙ୍ଗର ତାଲିକା କଲେ ରାତି ପାହିଯିବ । ବିଧାନସଭାରେ ଲୋକଙ୍କ ସ୍ୱର ହେବ ବିଜେଡି । ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ୬ମାସରେ କ’ଣ କାମ କରିଛନ୍ତି କି ନାହିଁ କିଭଳି ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ସେସବୁ କଥା ବିଧାନସଭାରେ ବିଜେଡି ଉଠାଇବ । ଆମ୍ବଟାକୁଆ, ଚୋରି ଡକାୟତି ଭଳି ଘଟଣା କରି ଇତିହାସର ପୁନରାବୃତ୍ତି କରିଛନ୍ତି ସରକାର । ଯାହା ୨୪ବର୍ଷରେ ଘଟିନଥିଲା ତାହା ବିଜେପି ସରକାରରେ ହୋଇଛି । ଶୂନ୍ୟକାଳ, ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେବା ସହ ସରକାର ଯେଉଁ ବିଲ୍ ଆଣିବେ ସେଥିରେ ଦଳ ତା’ର ମତ ରଖିବ । ଓଡ଼ିଶା ବିଧାନସଭା ଇତିହାସରେ ବିଜେଡି ହେଉଛି ସବୁଠୁ ସୁଦୃଢ଼ ବିରୋଧୀ ଦଳ । ଆଗରୁ ଲୋକଙ୍କ ପାଇଁ ଯେମିତି କାମ କରାଯାଉଥିଲା ସେମିତି ଆଗକୁ ମଧ୍ୟ କରାଯିବ । ରାଜ୍ୟରେ ସରକାର ନାହିଁ ବୋଲି ସାଧାରଣ ଲୋକେ ଅନୁଭବ କରୁଛନ୍ତି । ଜୁନରୁ ଅକ୍ଟୋବର ଭିତରେ ୧୨୫୬ଜଣ ମହିଳା ଶୋଷଣ ହୋଇଛନ୍ତି । ଲୋକେ ରାସନ ବିକ୍ରି କରୁଛନ୍ତି ବୋଲି ବିଜେପି ମନ୍ତ୍ରୀମାନେ ସ୍ୱୀକାର କରଉଛନ୍ତି । ବାତ୍ୟା ଦାନାବେଳେ ବିଜେପି କର୍ମୀଙ୍କୁ ୪ଟା ବିସ୍କୁଟ ଓ ବିଜେଡି କର୍ମୀଙ୍କୁ ଗୋଟିଏ ବିସ୍କୁଟ ଦିଆଗଲା । ବିଧାନସଭା ଆରମ୍ଭ ହେଉ ଲଢ଼େଇ ଦେଖିବେ ବୋଲି ବିଜେଡି କହିଛି ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଶ୍ରୀ କାଡାମ କହିଛନ୍ତି ଯେ, ଶୀତ ଅଧିବେଶନରେ ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । କନ୍ଧମାଳରେ ଅନାହାର ମୃତ୍ୟୁ, ବଲାଙ୍ଗୀର ଓ ରାୟଗଡ଼ାରେ ଶିଶୁବିକ୍ରି, ଗନ୍ଧମାର୍ଦ୍ଧନ ପର୍ବତକୁ ଅଦାନୀକୁ ଟେକିଦେବା, ନିଟ ପରୀକ୍ଷାରେ ଅନିୟମିତତା, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦାନା ବାତ୍ୟା କ୍ଷୟକ୍ଷତି ଆକଳନରେ ଅନିୟମିତତା, ପେସା ଆଇନ ଓ ଆଦିବାସୀ ପ୍ରସଙ୍ଗ, ବେରୋଜଗାର ଓ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗକୁ ଗୃହରେ ଶାଣିତ ଢଙ୍ଗରେ ଉତଥାପନ କରାଯିବ ବୋଲି ଶ୍ରୀ କାଡାମ କହିଛନ୍ତି ।
ତେବେ ଶାସକ ବିଜେପି ମଧ୍ୟ ଏସବୁ ପ୍ରସଙ୍ଗକୁ ସାମ୍ନା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି । ଆଜି ବିଧାୟକ ଦଳ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ,ଶୀତ ଅଧିବେଶନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳ ଯେଉଁସବୁ ପ୍ରସଙ୍ଗ ଉଠାଇବ ତାକୁ ସାମ୍ନା କରିବାକୁ ସରକାର ତୟାର । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖି ଆଲୋଚନା ହେବ । ସରକାରର ୫ମାସର ଉପଲବ୍ôଧ ମଧ୍ୟ ରଖାଯିବ । ଆଇନଶୃଙ୍ଖଳା ଏକ ପ୍ରସଙ୍ଗ ନୁହେଁ । ପୂର୍ବ ସରକାରରେ ଯେଭଳି ସ୍ଥିତି ସୃଷ୍ଟି ହୋଇଥିଲା ସେଭଳି ସ୍ଥିତି ଏବେ ନାହିଁ । ସୁଭଦ୍ରାରେ ୮୦ଲକ୍ଷ ମହିଳାଙ୍କୁ ସାମିଲ କରାଗଲାଣି ।
ଅନ୍ୟପକ୍ଷରେ ଆସନ୍ତାକାଲିଠୁ ବିଧାନସଭାର ଶୀତ ଅଧିବେଶନର ସୁପରିଚାଳନା ନିମନ୍ତେ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ । ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ବିଧାନସଭାର ଶୀତ ଅଧିବେଶନରେ ଗୃହ ସୁପରିଚାଳନା ନିମନ୍ତେ ଆଜି ଆଲୋଚନା ହୋଇଛି । ସବୁ ଦଳର ନେତାମାନେ ସହଯୋଗ ଦେବେ ବୋଲି କହିଛନ୍ତି । ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top