ଭୁବନେଶ୍ୱର : ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ରାଜ୍ୟରେ ଯାଜପୁରର ନଗଡ଼ା ଭଳି ୩,୩୩୫ଟି ଜନବସତି ରହିଛି ଯେଉଁଠି ବିକାଶ ଏବେ ବି ଅପହଞ୍ଚ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଜନବସତିକୁ ଚିହ୍ନଟ କରାଯାଇଛି ଓ ଚଳିତ ଆର୍ଥିକ ବର୍ଷରେ ଏଥି ମଧ୍ୟରୁ ୧୪୨ଟି ଜନବସତିକୁ ସଡ଼କ ଯୋଗାଯୋଗ ସହ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଟ୍ୱିଟ୍ ମାଧ୍ୟମରେ ରାଜ୍ୟରେ ଏବେ ବି ୩,୩୩୫ଟି ନଗଡ଼ା ଭଳି ଜନବସତି ରହିଛି ଓ ରାଜ୍ୟର ଅନ୍ୟ ଅଞ୍ଚଳ ସହ ଏମାନଙ୍କର ସମ୍ପର୍କ ନାହିଁ ବୋଲି ସ୍ୱୀକାର କରାଯାଇଛି । ଏହି ସମସ୍ତ ଜନବସତି ମଧ୍ୟରୁ ୧୭୨୮ଟି ଜନବସତିର ସ୍ଥିତି ଏତେ ବିପର୍ଯ୍ୟସ୍ତ ଯେ ସେଠାକୁ ପାଦରେ ଚାଲି ଚାଲି ପହଞ୍ôଚବା ମଧ୍ୟ କଷ୍ଟକର । ଏତେ ସଂଖ୍ୟକ ଜନବସତିରେ ବିକାଶ ଅପହଞ୍ଚ ହୋଇଥିବାବେଳେ ମୌଳିକ ସୁବିଧା ସୁଯୋଗ ଏବେ ମଧ୍ୟ ଦିବାସ୍ୱପ୍ନ ହୋଇ ରହିଛି । ତେବେ ଯାଜପୁରର ନଗଡ଼ାରେ ବିକାଶର ସ୍ଥିତିକୁ ନେଇ ରାଜ୍ୟ ସରକାର ଗତବର୍ଷ ଅଗଷ୍ଟ ମାସରେ ବିଭିନ୍ନ ମହଲରୁ ସମାଲୋଚିତ ହେବାପରେ ରାଜ୍ୟତମାମ ୩୩୩୫ଟି ଜନବସତିକୁ ଚିହ୍ନଟ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ମସ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାଥମିକତା ଭିତ୍ତିରେ ମାତ୍ର ୧୪୨ଟି ଜନବସତିରେ ଭିତ୍ତିଭୂମି ବିକାଶ ପାଇଁ ଚିହ୍ନଟ କରାଯାଇଛି । ଏଥିରେ ଦେବଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦ଟି ଲେଖାଏ ଜନବସତିକୁ ଚିହ୍ନଟ କରାଯାଇଥିବାବେଳେ କନ୍ଧମାଳ ଜିଲ୍ଲାର ୮ଟି ଜନବସତିକୁ ସାମିଲ କରାଯାଇଛି । ସେହିପରି ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରେ ୭ଟି ଲେଖାଏ ଜନବସତି, କଳାହାଣ୍ଡିରେ ୬ଟି, କେନ୍ଦୁଝର ଓ ରାୟଗଡ଼ରେ ୫ଟି ଲେଖାଏ ଏବଂ ବଲାଙ୍ଗିରରେ ୪ଟି ଜନବସତିର ବିକାଶ ପାଇଁ ଆର୍ଥିକ ପ୍ରାବଧାନ କରିଛନ୍ତି । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମଧ୍ୟ ୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ମାସରେ ନଗଡ଼ାରେ ଅପପୁଷ୍ଟିରେ ଶିଶୁଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେଠାରେ ବିକାଶର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଥିଲା । ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ତା’ସହିତ ନଗଡ଼ା ଭଳି ଥିବା ରାଜ୍ୟ ଅନ୍ୟ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...