ବର୍ତ୍ତମାନର ଯୁଗ ହେଉଛି ଇଣ୍ଟରନେଟ୍ର ଯୁଗ। ଇଣ୍ଟରନେଟ୍ ବିନା ଜୀବନଯାତ୍ରା ସତେଯେପରି ଅସମ୍ପୂର୍ଣ୍ଣ ହୋଇଯାଇଛି। କିନ୍ତୁ ବିଡ଼ମ୍ବନା ହେଉଛି, ଦିନକୁ ଦିନ ଇଣ୍ଟରନେଟ୍ ଓ ମୋବାଇଲ୍ ଫୋନ୍ ଉପରେ ଲୋକଙ୍କ ନିର୍ଭରଶୀଳତା ଯେତିକି ବଢ଼଼ି ଚାଲିଛି, ତା’ ସହିତ ତାଳ ଦେଇ ସାଇବର ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ମଧ୍ୟ ବଢ଼଼ିବାରେ ଲାଗିଛି । ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ।
୨୦୨୪ ଜାନୁଆରୀ ୧ ରୁ ଜୁନ ୩୦ ମଧ୍ୟରେ ଅର୍ଥାତ୍ ୬ମାସ ମଧ୍ୟରେ ଭୁବନେଶ୍ଵରରେ ସାଇବର ଅପରାଧ ଜନିତ ୨୩୯୪ଟି ରିପୋର୍ଟ ଥାନାକୁ ଆସିଛି। ସାଇବର ଠକେଇ ମାମଲା ମଧ୍ୟରୁ ଅଧିକାଂଶ ୟୁପିଆଇ ଠକେଇ, ସୋସିଆଲ ମିଡିଆ ଠକେଇ, ପାର୍ସଲ ଜନିତ ଠକେଇ ଏବଂ ସିମ୍ କେଓ୍ବାଇସି ନେଇ ମେସେଜ୍ ଦେବା ସମ୍ପର୍କିତ ଠକେଇ ରହିଛି।ଥାନାରେ ହୋଇଥିବା ୨୩୯୪ଟି ରିପୋର୍ଟ ମଧ୍ୟରୁ ୧୧୦ଟି ମାମଲା ପଞ୍ଜୀକୃତ ହୋଇଛି। ଏସବୁ ମାମଲାରେ ମୋଟ୍ ୩୬କୋଟି ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀ। ଘଟଣାର ତଦନ୍ତ ବେଳେ ବିଭିନ୍ନ ଆକାଉଣ୍ଟରେ ୯କୋଟି ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି। ଠକେଇର ଶିକାର ହୋଇଥିବା ଲୋକମାନେ ମୋଟ୍ ୪୬ ଲକ୍ଷ ଟଙ୍କା ଫେରସ୍ତ ପାଇଲେଣି।ସାଇବର ଅପରାଧର ତଦନ୍ତ କରି କମିଶନରେଟ୍ ପୁଲିସ୍ ଏପର୍ଯ୍ୟନ୍ତ ୨୧ଜଣ ସାଇବର ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି।
ତେବେ ସାଇବର ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି କୋରିଅର ଫ୍ରଡ଼ । ପାର୍ଶଲ ରେ ନିଶା କାରବାର ହେଉଥିବା ନେଇ ବଡ଼ବଡ଼ିଆଙ୍କୁ ମୁମ୍ବାଇ ପୋଲିସ, କ୍ରାଇମବ୍ରାଞ୍ଚ, ନାର୍କୋଟିକ୍ସ ବ୍ୟୁରୋ ନାଁ ରେ ଅନେକ ଫୋନ ଆସୁଛି । ଡିଜିଟାଲ ଆରେଷ୍ଟ କରାଯାଇ କୋଟି କୋଟି ଲୁଟ ହେଉଛି । ୬ ମାସ ମଧ୍ୟରେ ୨୧ ଜଣ ଲୁଟେରାଙ୍କୁ ଗିରଫ କରିଥିବା କହିଛନ୍ତି ପୋଲିସ କମିଶନର। ୨୧ ଜଣଙ୍କ ମଧ୍ୟରୁ