ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନନ୍ଦନ। ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ମୋହର ମାରିଛି ପରିଚାଳନା କମିଟି। ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବ। ଏହାପରେ ଯେଉଁ ଏସଓପି ସୁପାରିଶ ଆସିବ ତାକୁ ନେଇ ବିଭିନ୍ନ ଦିଗ ପ୍ରତି ଯାଞ୍ଚ କରାଯିବ। ନୀତିକାନ୍ତି ସହ ସବୁ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ହେବ।


