ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ନିଜର ୧୭ବର୍ଷ କାର୍ଯ୍ୟକାଳରେ ମୋଟ୍ ୧୧ଜଣ ପୁଲିସ୍ ମୁଖିଆଙ୍କୁ ପରିବର୍ତ୍ତନ କରିଛନ୍ତି । ଏଥିରୁ ୯ଜଣ ଡିଜିପି ମାତ୍ର ୧୦ବର୍ଷ ୩ମାସ ରାଜ୍ୟ ପୁଲିସ୍ର ନେତୃତ୍ୱ ନେବାରେ ସକ୍ଷମ ହୋଇଛନ୍ତି । ଏପରିକି ଗତ ୫ବର୍ଷ ଭିତରେ ୪ଜଣ ଡିଜିପିଙ୍କୁ ବିଭିନ୍ନ କାରଣରୁ ନିଜ ପଦବୀରୁ ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଦା ହେବାକୁ ପଡ଼ିଛି । ଯାହା ରାଜ୍ୟ ପୁଲିସ୍ ଫୋର୍ସର ମନୋବଳ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହ ରାଜ୍ୟ ପୁଲିସ ପ୍ରଶାସନରେ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି । ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ନିଜର ୧୭ବର୍ଷ କାର୍ଯ୍ୟକାଳରେ ମୋଟ୍ ୧୧ଜଣ ପୁଲିସ୍ ମୁଖିଆଙ୍କୁ ପରିବର୍ତ୍ତନ କରିଛନ୍ତି । ଏଥିରୁ ୯ଜଣ ଡିଜିପି ମାତ୍ର ୧୦ବର୍ଷ ୩ମାସ ରାଜ୍ୟ ପୁଲିସ୍ର ନେତୃତ୍ୱ ନେବାରେ ସକ୍ଷମ ହୋଇଛନ୍ତି । ଏପରିକି ଗତ ୫ବର୍ଷ ଭିତରେ ୪ଜଣ ଡିଜିପିଙ୍କୁ ବିଭିନ୍ନ କାରଣରୁ ନିଜ ପଦବୀରୁ ଅତ୍ୟନ୍ତ ଅପମାନଜନକ ଢଙ୍ଗରେ ବିଦା ହେବାକୁ ପଡ଼ିଛି । ଯାହା ରାଜ୍ୟ ପୁଲିସ୍ ଫୋର୍ସର ମନୋବଳ ଓ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହ ରାଜ୍ୟ ପୁଲିସ ପ୍ରଶାସନରେ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୦୦ ମାର୍ଚ୍ଚ ୫ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବାର ମାତ୍ର ୫ଦିନ ଭିତରେ ଏସ୍.କେ.ଚାଟାର୍ଜୀଙ୍କୁ ପୁଲିସ୍ ଡିଜି ଭାବେ ୧ବର୍ଷ ୧ମାସ ପାଇଁ ନିଯୁକ୍ତି ଦେଇଥିଲେ । ସେବେଠାରୁ ଆଜି ସୁଦ୍ଧା ରାଜ୍ୟ ପୁଲିସ୍ ମୁଖିଆ ଭାବେ ମୋଟ ୧୧ଜଣ କାର୍ଯ୍ୟ ତୁଲାଇଥିବାବେଳେ ଆସନ୍ତାକାଲି ନବୀନ ସରକାରର ଦ୍ୱାଦଶ ଡିଜିପି ଭାବେ ଆର୍.ପି.ଶର୍ମା ଦାୟିତ୍ୱ ନେବାକୁ ଯାଉଛନ୍ତି । ବୁଧବାର ନାଟକୀୟ ଘଟଣାକ୍ରମରେ ପୁଲିସ୍ ଡିଜିପି କେବି ସିଂହଙ୍କୁ ନିଜ ପଦ ହରାଇବାକୁ ପଡ଼ିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏପରିକି କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ମୁଖ୍ୟ ହେବାକୁ ସରକାରଙ୍କ ପରାମର୍ଶ ସତ୍ତେ୍ୱ କିଛି ବରିଷ୍ଠ ଅଫିସର୍ ଅନାଗ୍ରହ ଦେଖାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବିଜେଡି ସରକାର ଅମଳରେ କେବଳ ନିମାଇଁ ଚରଣ ପାଢ଼ୀ(୩୧-୦୭-୨୦୦୧ରୁ ୩୧-୦୭-୦୪) ଏବଂ ମନମୋହନ ପ୍ରହରାଜ(୧-୧୦-୨୦୦୮ରୁ ୫-୭-୨୦୧୨)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଡିଜିପି ୩ବର୍ଷରୁ ଊଦ୍ଧ୍ୱର୍ କାର୍ଯ୍ୟକାଳ ପୂରଣ କରିବାରେ ସକ୍ଷମ ହୋଇନାହାନ୍ତି । ତତ୍କାଳୀନ ଡିଜିପି କେଡି ବାଜପେୟୀଙ୍କୁ (୩୦-୦୪-୦୧ରୁ ୩୧-୦୭-୨୦୦୧) ସବୁଠୁ କମ୍ ସମୟ ରାଜ୍ୟ ପୁଲିସ୍ ମୁଖିଆ ହେବାର ସୁଯୋଗ ମିଳିଥିଲା । ତେବେ ୨୦୧୨ ମଇ-୨୯ ଘଟଣାକ୍ରମ ପରଠାରୁ ଏପର୍ଯ୍ୟନ୍ତ ମାତ୍ର ୫ବର୍ଷ ୩ମାସ ମଧ୍ୟରେ ଅପମାନିତ ହୋଇ ଓଡ଼ିଶା ପୁଲିସ୍ର ମୁଖିଆ ଭାବେ ୪ଜଣଙ୍କୁ ବିଦା ହେବାକୁ ପଡ଼ିଛି । ମଇ-୨୯ ଘଟଣାରେ ବିବାଦୀୟ ହୋଇ ମନମୋହନ ପ୍ରହରାଜ ବିଦା ହୋଇଥିଲେ । ସେତେବେଳେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ପ୍ରକାଶ ମିଶ୍ରଙ୍କୁ ପୁଲିସ୍ ଡିଜିପି କରାଯାଇଥିଲେ ମଧ୍ୟ ତାଙ୍କୁ ଠିକ୍ ୨ବର୍ଷ ପରେ ଅପମାନିତ କରି ବିଦା କରାଯାଇଥିଲା । ସେହିପରି ଶ୍ରୀ ମିଶ୍ରଙ୍କ ସ୍ଥାନରେ ସଞ୍ଜିବ ମାରିକ୍ଙ୍କୁ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ସିଏ ୧ବର୍ଷ ୪ମାସ କାମ କରିବାରେ ତାଙ୍କୁ ମଧ୍ୟ ଡିଜିପି ପଦବୀରୁ ଅପମାନିତ ହୋଇ ଯିବାକୁ ପଡ଼ିଥିଲା । ତାଙ୍କ ପରେ କେ.ବି.ସିଂହଙ୍କୁ ପୁଲିସ୍ ମୁଖିଆ ଭାବେ ନିଯୁକ୍ତି ମିଳିଥିଲା । ସିଏ ଅତିକମରେ ୨ବର୍ଷ କାର୍ଯ୍ୟକାଳ ପୂରଣ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ତାଙ୍କୁ ଅପ୍ରତ୍ୟାଶିତ ଭାବେ ପ୍ରାୟ ୧ବର୍ଷ ୧୦ମାସ ପରେ ନିଜ ପଦ ହରାଇବାକୁ ପଡ଼ିଛି । କେବଳ ଏହି ପୁଲିସ୍ ଡିଜିମାନେ ନୁହଁନ୍ତି ତତ୍କାଳୀନ ଡିଜିପି ଅମରାନନ୍ଦ ପଟ୍ଟନାୟକ(୧-୯-୨୦୦୬ରୁ ୩୧-୧୦-୦୭)ଙ୍କୁ ମଧ୍ୟ ବାଧ୍ୟତାମୂଳକ ଛୁଟିରେ ପଠାଇ ତାଙ୍କୁ ଅପମାନିତ କରାଯାଇଥିଲା । ଏହି ଡିଜିପିମାନଙ୍କୁ ଛାଡ଼ିଦେଲେ ନବୀନଙ୍କ କାର୍ଯ୍ୟକାଳରେ ବିପିନ ବିହାରୀ ମିଶ୍ର(୧୩ମାସ), ସୁଚିତ୍ ଦାସ(୧୫ମାସ), ଗୋପାଳ ନନ୍ଦ(୧୩ମାସ) ପୁଲିସ୍ ମୁଖିଆ ହେବାର ସୁଯୋଗ ପାଇଥିଲେ । ଗୃହ ବିଭାଗର ଜଣେ ଅତିରିକ୍ତ ସଚିବଙ୍କ କହିବା ଅନୁସାରେ ପୁଲିସ୍ ଡିଜିଙ୍କୁ ଅତିକମ୍ରେ ୨ବର୍ଷ ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ସୁପ୍ରିମକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଓଡ଼ିଶା ସରକାର ମଧ୍ୟ ଗତ ୪ବର୍ଷ ପୂର୍ବରୁ ଏକ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି । ନୂଆ ଆଇନ ନଆସିବା ପର୍ଯ୍ୟନ୍ତ ପୁଲିସ୍ ଡିଜି ଓ ଅନ୍ୟ କର୍ମଚାରୀମାନଙ୍କୁ ୨ବର୍ଷ ପୂରଣ ଅତି ଜରୁରୀ ନଥିଲେ ବଦଳି ନକରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ଓଡ଼ିଶା ପୁଲିସ୍ ବିଲ୍-୨୦୧୫ ବିଧାନସଭାର ମଞ୍ଜୁରୀ ପାଇଥିଲେ ମଧ୍ୟ ତା’ଉପରେ ଆପତ୍ତି ଉଠାଇ ରାଜ୍ୟପାଳ ଫେରାଇ ଦେବାପରେ ତାହା ଏବେ ଆଇନ ବିଭାଗର ତର୍ଜମା ପାଇ ପଡ଼ିରହିଛି । କିନ୍ତୁ ବାରମ୍ବାର ପୁଲିସ୍ ମୁଖ୍ୟଙ୍କୁ ପରିବର୍ତ୍ତନ ରାଜ୍ୟ ପୁଲିସ୍ ଫୋର୍ସ ଓ ପ୍ରଶାସନ ପାଇଁ ଶୁଭଙ୍କର ନୁହେଁ । ଏହାର ପ୍ରତିକୂଳ ପ୍ରଭାବ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ଦିଗ ଉପରେ ପଡ଼ିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।
ଆଇଏଏସ୍ ସୁଜାତାଙ୍କ ଛୁଟି ଆବେଦନ ଅଗ୍ରାହ୍ୟ, ଆଉ ୬ମାସ ଛୁଟି ମାଗିଥିଲେ
ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା କାର୍ତ୍ତିକେୟନ ରାଉତଙ୍କୁ ଶକ୍ତ ଝଟକା । ବିଜେଡିର ନିର୍ବାଚନୀ ବିପର୍ଯ୍ୟୟ ପରେ ମେ’ ୩୧ରୁ ୬ମାସ ଛୁଟିରେ ଯାଇଥିବା...