Latest
୨୭ଟି ପ୍ରସ୍ତାବକୁ ଅନୁମୋଦନ କଲେ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରାୟ ୪୪୦କୋଟି ଟଙ୍କାର ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ, ଜାଭିୟର ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ, ଫୁଡ୍ ସେଫ୍ଟି ସେବାରେ ୭୫ଟି ନୂଆ ଅଫିସର ପଦବୀ ସୃଷ୍ଟି, ସମସ୍ତ ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ , ଶିଳ୍ପ ବିଭାଗ ଅଧୀନରୁ ହସ୍ତଶିଳ୍ପକୁ ଅଲଗା କରିବା ଭଳି ମୋଟ ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଗଲା କରି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ଟି ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଏମଏସଏମଇ ବିଭାଗଠାରୁ ଅଲଗା କରାଯାଇଛି । ଏହି କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରିର ନିୟନ୍ତ୍ରଣ ଏମଏସଏମଇ ବିଭାଗ ଅଧୀନରେ ରହିଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ଯଥା ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ ସୃଷ୍ଟି କରିବା ପ୍ରସ୍ତାବ ସରକାରଙ୍କ ବିଚାରଧୀନ ଥିଲା । ଏବେ ରାଜ୍ୟ ସରକାର ଏହି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଘୋଷଣା କରିଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲି ଓ ବାଲିଗୁଡ଼ା ବ୍ଲକର ମୋଟ ୩୨୯ଟି ଗାଁର ୧ଲକ୍ଷ ୫ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୮୫.୯୨କୋଟି ଟଙ୍କାର ୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ । ଏହି ଦୁଇ ପ୍ରକଳ୍ପର ଟେଣ୍ଡର ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟ ୧୮୫.୯୨କୋଟି ଟଙ୍କାରେ ନେଇଛି ଓ ୨୪ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବ । କ୍ୟାବିନେଟ ଆଜି ଏହି ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ସେହିପରି ଯାଜପୁର ଜିଲ୍ଲାର ୫ଟି ବ୍ଲକର ୩୨୩ଟି ଗାଁର ୩.୯୦ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାନୀୟ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକୁ ମୁମ୍ବାଇର କେଇସି-ବିଆରସିସିପିଏଲ୍ ସଂସ୍ଥା ୨୫୪.୨୭କୋଟି ଟଙ୍କାରେ ଟେଣ୍ଡର ନେଇଛି । ୨୪ମାସ ମଧ୍ୟରେ ଏହି କାମ ସରିବ । କ୍ୟାବିନେଟ ଏହି ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି ।
ସେହିପରି ଜାଭିୟର ବିଶ୍ୱବିଦ୍ୟାଳୟ, ଓଡ଼ିଶାର ନାଁ ପରିବର୍ତ୍ତନ କରାଯାଇ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ଓଡ଼ିଶା ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାସହିତ ବିଶ୍ୱବିଦ୍ୟାଳୟର ପରିଚାଳନାଗତ ତ୍ରୁଟିବିଚ୍ୟୁତି ହେଲେ ସରକାର ଏଣିକି ଏହି ବିଶ୍ୱବିଦ୍ୟାଳୟର ଉଭୟ ବୋର୍ଡ ଅଫ ମ୍ୟାନେଜମେଣ୍ଟ ଓ ବୋର୍ଡ ଅଫ ଗଭର୍ଣ୍ଣରକୁ ନିଲମ୍ବନ କରିପାରିବେ । ତା’ଛଡ଼ା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷାବୃତ୍ତି, ପଦକ ତଥା ପୁରସ୍କାର ପ୍ରଦାନ ନିମନ୍ତେ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଓଡ଼ିଶା ଫୁଡ୍ ସେଫ୍ଟି ସେବା ନିୟମ-୨୦୨୦କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିବା ସହ ୩୫ଟି ଫୁଡ୍ ସେଫ୍ଟି ଅଫିସର, ୩୭ଟି ଡେଜିନେଟେଡ୍ ଅଫିସର(ଫୁଡ୍ ସେଫ୍ଟି) ଓ ୩ଟି ଡେପୁଟି କମିଶନର ପଦବୀକୁ ନୂଆ ଭାବେ ସୃଷ୍ଟି ନିମନ୍ତେ ଅନୁମତି ଦେଇଛନ୍ତି । ଏହି ପଦବୀଗୁଡ଼ିକ ପ୍ରଥମ ୬ବର୍ଷ ଚୁକ୍ତିଭିତ୍ତିକ ଓ ପରେ ନିୟମିତ ହେବ । ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ମାଧ୍ୟମରେ ଏହି ୩୫ଟି ଫୁଡ୍ ସେଫ୍ଟି ଅଫିସର ନିମନ୍ତେ ନିଯୁକ୍ତି ପ୍ରକ୍ରିୟା କରାଯିବ ।
ସେହିପରି କଲେଜ ଅଧ୍ୟାପକମାନଙ୍କର ପଦବୀ ପରିବର୍ତ୍ତନ ହୋଇ ସର୍ବଭାରତୀୟସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ-୧,୨,୩) ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ଆଦି ପଦବୀକୁ ପରିବର୍ତ୍ତିତ ହୋଇଛି । ତେଣୁ ୧୯୯୦ ମସିହାରେ ଓଡ଼ିଶା ଶିକ୍ଷାସେବା(କଲେଜ ଶାଖା), ୧୯୯୦ ଓଡ଼ିଶା ଶିକ୍ଷା ସେବା(ବରିଷ୍ଠ ପ୍ରଶାସନିକ ସେବା), ୧୯୯୦ ଓଡ଼ିଶା ଶିକ୍ଷା ସେବା (ପ୍ରଫେସର ଗ୍ରେଡ୍) ରୁଲକୁ ଆମୂଳଚୂଳ ପରିବର୍ତ୍ତନ କରି ଏହାକୁ ଯୁଗପଯୋଗୀ କରିବାର ଆବଶ୍ୟକତା ଥିବା ଓ ଏହାକୁ ଉଚ୍ଛେଦ କରିବାର ଆବଶ୍ୟକ ରହିଛି । ଉପରୋକ୍ତ ୩ଟି ରୁଲ୍ସକୁ ଉଚ୍ଛେଦ କରି ଏକକ ରୁଲ୍ସ୍ ପ୍ରଣୟନ କରାଯାଇଛି ଯାହାକି ସରକାର କଲେଜଗୁଡ଼ିକରେ ଉପରୋକ୍ତ ପଦବୀରେ ଅଧ୍ୟାପକ ନିଯୁକ୍ତି ସହଜସାଧ୍ୟ ହେବ । ଏହାସହିତ ପ୍ରାର୍ଥୀ ଚୟନବେଳେ ଅଧିକ ସଂଖ୍ୟକ ପ୍ରାର୍ଥୀ ହେଲେ ଓଡ଼ିଶା ଲୋକସେବା ଆୟୋଗ ଲିଖିତ ପରୀକ୍ଷା ବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ କାଣ୍ଟଛାଣ୍ଟ କରିପାରିବେ । ଓପିଏସସି ଦ୍ୱାରା ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରେଡ୍-୧) ପଦବୀ ପାଇଁ ସିଧାସଳଖ ଚୟନ କରାଯାଇପାରିବ ଓ ଏଥିନିମନ୍ତେ ସର୍ବୋଚ୍ଚ ବୟସକୁ ୩୩ରୁ ୪୫ବର୍ଷକୁ ବୃଦ୍ଧି କରାଯାଇଛି ।୨୭ଟି ପ୍ରସ୍ତାବକୁ ଅନୁମୋଦନ କଲେ ରାଜ୍ୟ କ୍ୟାବିନେଟ୍
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ମୋଟ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯାଜପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରାୟ ୪୪୦କୋଟି ଟଙ୍କାର ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ଅନୁମୋଦନ, ଜାଭିୟର ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ, ଫୁଡ୍ ସେଫ୍ଟି ସେବାରେ ୭୫ଟି ନୂଆ ଅଫିସର ପଦବୀ ସୃଷ୍ଟି, ସମସ୍ତ ଜିଲ୍ଲାରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ , ଶିଳ୍ପ ବିଭାଗ ଅଧୀନରୁ ହସ୍ତଶିଳ୍ପକୁ ଅଲଗା କରିବା ଭଳି ମୋଟ ୨୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ଶିଳ୍ପ ବିଭାଗଠାରୁ ହସ୍ତଶିଳ୍ପକୁ ଅଗଲା କରି ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ସହ ମିଶ୍ରଣ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ହସ୍ତଶିଳ୍ପ କ୍ଷେତ୍ର ନିମନ୍ତେ ୫୫୨ଟି ବିଭିନ୍ନ ପଦପଦବୀ ନିର୍ଦ୍ଦିଷ୍ଟ ଭାବେ ଚିହ୍ନଟ କରାଯାଇ ଏମଏସଏମଇ ବିଭାଗଠାରୁ ଅଲଗା କରାଯାଇଛି । ଏହି କର୍ମଚାରୀମାନେ ଉଭୟ ହସ୍ତଶିଳ୍ପ ଓ ଏମଏସଏମଇ ବିଭାଗ ପାଇଁ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଚାକିରିର ନିୟନ୍ତ୍ରଣ ଏମଏସଏମଇ ବିଭାଗ ଅଧୀନରେ ରହିଥିଲା । ଏହି ଅସୁବିଧାକୁ ଦୂର କରିବା ପାଇଁ ହସ୍ତଶିଳ୍ପ ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ଯଥା ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଓ ଓଡ଼ିଶା ଅଧସ୍ତନ ହସ୍ତଶିଳ୍ପ ସେବା ନିୟମ-୨୦୨୧ ସୃଷ୍ଟି କରିବା ପ୍ରସ୍ତାବ ସରକାରଙ୍କ ବିଚାରଧୀନ ଥିଲା । ଏବେ ରାଜ୍ୟ ସରକାର ଏହି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧ ଘୋଷଣା କରିଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାର ଟିକାବାଲି ଓ ବାଲିଗୁଡ଼ା ବ୍ଲକର ମୋଟ ୩୨୯ଟି ଗାଁର ୧ଲକ୍ଷ ୫ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୧୮୫.୯୨କୋଟି ଟଙ୍କାର ୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯିବ । ଏହି ଦୁଇ ପ୍ରକଳ୍ପର ଟେଣ୍ଡର ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟ ୧୮୫.୯୨କୋଟି ଟଙ୍କାରେ ନେଇଛି ଓ ୨୪ମାସ ମଧ୍ୟରେ ଏହି କାର୍ଯ୍ୟ ସାରିବ । କ୍ୟାବିନେଟ ଆଜି ଏହି ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ସେହିପରି ଯାଜପୁର ଜିଲ୍ଲାର ୫ଟି ବ୍ଲକର ୩୨୩ଟି ଗାଁର ୩.୯୦ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ପାନୀୟ ପ୍ରକଳ୍ପ ନିର୍ମାଣର କାର୍ଯ୍ୟକୁ ମୁମ୍ବାଇର କେଇସି-ବିଆରସିସିପିଏଲ୍ ସଂସ୍ଥା ୨୫୪.୨୭କୋଟି ଟଙ୍କାରେ ଟେଣ୍ଡର ନେଇଛି । ୨୪ମାସ ମଧ୍ୟରେ ଏହି କାମ ସରିବ । କ୍ୟାବିନେଟ ଏହି ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି ।
ସେହିପରି ଜାଭିୟର ବିଶ୍ୱବିଦ୍ୟାଳୟ, ଓଡ଼ିଶାର ନାଁ ପରିବର୍ତ୍ତନ କରାଯାଇ ଏକ୍ସଆଇଏମ ବିଶ୍ୱବିଦ୍ୟାଳୟ ଓଡ଼ିଶା ରଖିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାସହିତ ବିଶ୍ୱବିଦ୍ୟାଳୟର ପରିଚାଳନାଗତ ତ୍ରୁଟିବିଚ୍ୟୁତି ହେଲେ ସରକାର ଏଣିକି ଏହି ବିଶ୍ୱବିଦ୍ୟାଳୟର ଉଭୟ ବୋର୍ଡ ଅଫ ମ୍ୟାନେଜମେଣ୍ଟ ଓ ବୋର୍ଡ ଅଫ ଗଭର୍ଣ୍ଣରକୁ ନିଲମ୍ବନ କରିପାରିବେ । ତା’ଛଡ଼ା ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷାବୃତ୍ତି, ପଦକ ତଥା ପୁରସ୍କାର ପ୍ରଦାନ ନିମନ୍ତେ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଓଡ଼ିଶା ଫୁଡ୍ ସେଫ୍ଟି ସେବା ନିୟମ-୨୦୨୦କୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିବା ସହ ୩୫ଟି ଫୁଡ୍ ସେଫ୍ଟି ଅଫିସର, ୩୭ଟି ଡେଜିନେଟେଡ୍ ଅଫିସର(ଫୁଡ୍ ସେଫ୍ଟି) ଓ ୩ଟି ଡେପୁଟି କମିଶନର ପଦବୀକୁ ନୂଆ ଭାବେ ସୃଷ୍ଟି ନିମନ୍ତେ ଅନୁମତି ଦେଇଛନ୍ତି । ଏହି ପଦବୀଗୁଡ଼ିକ ପ୍ରଥମ ୬ବର୍ଷ ଚୁକ୍ତିଭିତ୍ତିକ ଓ ପରେ ନିୟମିତ ହେବ । ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ମାଧ୍ୟମରେ ଏହି ୩୫ଟି ଫୁଡ୍ ସେଫ୍ଟି ଅଫିସର ନିମନ୍ତେ ନିଯୁକ୍ତି ପ୍ରକ୍ରିୟା କରାଯିବ ।
ସେହିପରି କଲେଜ ଅଧ୍ୟାପକମାନଙ୍କର ପଦବୀ ପରିବର୍ତ୍ତନ ହୋଇ ସର୍ବଭାରତୀୟସ୍ତରରେ ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରୁପ-୧,୨,୩) ଆସୋସିଏଟ୍ ପ୍ରଫେସର ଓ ପ୍ରଫେସର ଆଦି ପଦବୀକୁ ପରିବର୍ତ୍ତିତ ହୋଇଛି । ତେଣୁ ୧୯୯୦ ମସିହାରେ ଓଡ଼ିଶା ଶିକ୍ଷାସେବା(କଲେଜ ଶାଖା), ୧୯୯୦ ଓଡ଼ିଶା ଶିକ୍ଷା ସେବା(ବରିଷ୍ଠ ପ୍ରଶାସନିକ ସେବା), ୧୯୯୦ ଓଡ଼ିଶା ଶିକ୍ଷା ସେବା (ପ୍ରଫେସର ଗ୍ରେଡ୍) ରୁଲକୁ ଆମୂଳଚୂଳ ପରିବର୍ତ୍ତନ କରି ଏହାକୁ ଯୁଗପଯୋଗୀ କରିବାର ଆବଶ୍ୟକତା ଥିବା ଓ ଏହାକୁ ଉଚ୍ଛେଦ କରିବାର ଆବଶ୍ୟକ ରହିଛି । ଉପରୋକ୍ତ ୩ଟି ରୁଲ୍ସକୁ ଉଚ୍ଛେଦ କରି ଏକକ ରୁଲ୍ସ୍ ପ୍ରଣୟନ କରାଯାଇଛି ଯାହାକି ସରକାର କଲେଜଗୁଡ଼ିକରେ ଉପରୋକ୍ତ ପଦବୀରେ ଅଧ୍ୟାପକ ନିଯୁକ୍ତି ସହଜସାଧ୍ୟ ହେବ । ଏହାସହିତ ପ୍ରାର୍ଥୀ ଚୟନବେଳେ ଅଧିକ ସଂଖ୍ୟକ ପ୍ରାର୍ଥୀ ହେଲେ ଓଡ଼ିଶା ଲୋକସେବା ଆୟୋଗ ଲିଖିତ ପରୀକ୍ଷା ବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ କାଣ୍ଟଛାଣ୍ଟ କରିପାରିବେ । ଓପିଏସସି ଦ୍ୱାରା ଆସିଷ୍ଟାଣ୍ଟ ପ୍ରଫେସର(ଗ୍ରେଡ୍-୧) ପଦବୀ ପାଇଁ ସିଧାସଳଖ ଚୟନ କରାଯାଇପାରିବ ଓ ଏଥିନିମନ୍ତେ ସର୍ବୋଚ୍ଚ ବୟସକୁ ୩୩ରୁ ୪୫ବର୍ଷକୁ ବୃଦ୍ଧି କରାଯାଇଛି ।