ଭୁବନେଶ୍ୱର (ଓଡ଼ିଶା ୱେୟାର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ହେବ । ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି । ସିନେମା ହଲ୍ , ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ , ଥିଏଟର, ଅଡିଟୋରିୟମ ଆଦିଗୁଡ଼ିକ ବନ୍ଦ ରହିବ । ଏହାସହିତ କେବଳ ମେଡିକାଲ ପାଠ୍ୟକ୍ରମକୁ ଛାଡ଼ିଲେ ଅନ୍ୟ ସମସ୍ତ ବୈଷୟିକ, ଦକ୍ଷତା ବିକାଶ ଓ ଏକାଡେମିକ ସଂସ୍ଥାରେ ପାଠପଢ଼ା ବନ୍ଦ ରହିବ ବୋଲି କହିଛନ୍ତି । ଶିଶିର ସାରସ ଓ ତୋଷାଳୀ କ୍ରାଫ୍ଟ ମେଳା ବନ୍ଦ ରହିବ । ମନ୍ଦିର ଖୋଲା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଡିସେମ୍ବର ୧ରୁ ୩୧ତାରିଖ ପର୍ଯ୍ୟନ୍ତ କରୋନା ଗାଇଡଲାଇନ ଜାରି କରିଛନ୍ତି । ସେଥିରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ । କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାରର ଲକଡାଉନକୁ ଅନୁମତି ମିଳିବ ନାହିଁ ।
ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବିମାନ ସେବା ଉପରେ କଟକଣା ଜାରି ରହିଛି । ସେହିପରି ବିବାହ ଉତ୍ସବରେ ସର୍ବାଧିକ ୨୦୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ସର୍ବାଧିକ ୫୦ଜଣ ଲୋକ ସାମିଲ ହୋଇପାରିବେ । ବ୍ୟବସାୟିକ ବୈଠକରେ ସର୍ବାଧିକ ୧୦୦ଜଣ ଲୋକଙ୍କୁ ନେଇ ମିଟିଂ ହୋଇପାରିବ । ସେହପରି ବନ୍ଦ କୋଠରୀର କ୍ଷମତାର ସର୍ବାଧିକ ୫୦ପ୍ରତିଶତ ଓ ୧୦୦ଜଣ ଲୋକଙ୍କୁ ନେଇ ବୈଠକ ହୋଇପାରିବ । ସଭାସ୍ଥଳଗୁଡ଼ିକରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ଓ ସାନିଟାଇଜରର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ । ସ୍ଥାନୀୟ ପ୍ରଶାସନ ସେମାନଙ୍କର ଅଂଚଳର ସ୍ଥିତିକୁ ଦେଖି ଲୋକଙ୍କ ସଂଖ୍ୟା(ସର୍ବାଧିକ ୨୦୦) ସ୍ଥିର କରିପାରିବେ । ସମସ୍ତ ମେଡିକାଲ କଲେଜ ଡିସେମ୍ବର ୧ରୁ ଖୋଲିବ । କିନ୍ତୁ ସ୍କୁଲ ଓ କଲେଜ ଏବଂ ଇଞ୍ଜିନିୟରିଂ କଲେଜଗୁଡ଼ିକ ଖୋଲିବା ନିଷ୍ପତ୍ତି ସମ୍ପୃକ୍ତ ବିଭାଗମାନେ କୋଭିଡ୍ ଗାଇଡଲାଇନକୁ ପାଳନ କରି ନେବେ । ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ସ୍କୁଲ,କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି ଆଦି ବନ୍ଦ ରହିବ । ପାଠପଢ଼ା ସଂକ୍ରାନ୍ତ କାର୍ଯ୍ୟ ବନ୍ଦ ରହିବ । ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ଆଦି କାର୍ଯ୍ୟ ହୋଇପାରିବ । ପରୀକ୍ଷା ପରିଚାଳନା, ଖାତା ଦେଖା ଓ ଅନ୍ୟ ପ୍ରଶାସନିକ ଗତିବିଧି ହୋଇପାରିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ଘରୋଇ କ୍ଷେତ୍ରର ଅଫିସଗୁଡ଼ିକ ଜୁନ୍ ୩୦ତାରିଖରେ ଜାରି ଆବଶ୍ୟକ ଗାଇଡଲାଇନ୍ ପାଳନ କରି ଅଫିସ ଚଳାଇପାରିବେ । ଅଫିସ ହେଉ ଅବା ସର୍ବସାଧାରଣ ସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ । ସର୍ବସାଧାରଣ ସ୍ଥଳରେ ୬ଫୁଟର ସାମାଜିକ ଦୂରତ୍ୱକୁ ପାଳନ କରିବେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ । ନିୟମ ଖିଲାପ କଲେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ବ୍ୟୁଟିପାର୍ଲର, ସେଲୁନ୍ ଓ ସ୍ପା’ଗୁଡ଼ିକୁ ସାନିଟାଇଜ କରିବା ସହ ଆବଶ୍ୟକ ଗାଇଡଲାଇନ ପାଳନ କରିବେ । ସେହିପରି ସର୍ବସାଧାରଣ ସ୍ଥାନରେ ପାନ-ଗୁଟଖା ଖାଇବା ଉପରେ କଟକଣା ଜାରି ହୋଇଛି । ସର୍ବସାଧାରଣରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ହେବ । କଣ୍ଟେନମେଣ୍ଟ ଜୋନ୍ ବାହାରେ ଜିଲ୍ଲା, ସବଡିଭିଜନ ଓ ସହରରେ କୌଣସି ପ୍ରକାର ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରିପାରିବେ ନାହିଁ ।
ଏସବୁ ବ୍ୟତୀତ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ୬୫ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ମହାମାରୀ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ ଜାରି ଏହି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଳ୍ଲାପାଳ, ମହାନଗର କମିଶନର ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...