Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ରାଜ୍ୟରେ ଜଣେ ବ୍ୟକ୍ତିର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସନ ଚାଲିଛି: ପ୍ରଦୀପ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଏବେ ଜଣେ ବ୍ୟକ୍ତିର ଏକଛତ୍ରବାଦୀ ସ୍ୱେଚ୍ଛାଚାରୀ ଶାସନ ଚାଲିଛି । ଜଣେ ବ୍ୟକ୍ତି ପାଖରେ ସମସ୍ତ କ୍ଷମତା ଠୁଳ ହୋଇଛି । ପ୍ରଶାସନିକ, ରାଜନୀତିକ ଓ ଆର୍ଥିକ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିଛି । ତେଣୁ କ୍ଷମତାର ଅପବ୍ୟହାର ହେଉଛି ବୋଲି ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି । ଏହାସହିତ ରାଜ୍ୟ ଶାସନ ଓ ପାୱାର କରିଡରର ଅନେକ ଗୁମର ମଧ୍ୟ ଖୋଲିବାକୁ ସେ ପଛାଇ ନାହାନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ୨୦୧୪ ମସିହା ପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ବଦଳିଯାଇଛି । ତା’ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାୟ ପ୍ରତ୍ୟେକଦିନ ସକାଳେ ଦଳର ବରିଷ୍ଠ ନେତାଙ୍କଠୁ ଆରମ୍ଭ କରି ସମାଜର ଭିନ୍ନବର୍ଗର ଲୋକମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରୁଥିଲେ । ଆଉ ତୃଣମୂଳସ୍ତରରେ କ’ଣ ଚାଲିଛି ଓ ଶାସନ କିଭଳି ହେବା ଆବଶ୍ୟକ ତାହା ଜାଣିବାର ସୁଯୋଗ ରହିଥିଲା । କିନ୍ତୁ ଏବେ ସେସବୁ ବନ୍ଦ ହୋଇଯାଇଛି । ଆଉ ସମସ୍ତ କ୍ଷମତା ଜଣେ ବ୍ୟକ୍ତି ପାଖରେ ଠୁଳ କରିଦିଆଯାଇଛି । ଯିଏକି ନିଜର ହାତଗଣତି ବିଶ୍ୱସ୍ତ ଲୋକଙ୍କ ମାଧ୍ୟମରେ ସମସ୍ତ ନିଷ୍ପତ୍ତି ନେଉଛନ୍ତି । ଯେଉଁମାନେ ତାଙ୍କ ଚାରିପଟେ ବିଶ୍ୱସ୍ତ ହୋଇ ରହିଛନ୍ତି ସେମାନେ ନିଜସ୍ୱ ସ୍ୱାର୍ଥହାସଲରେ ଲାଗିଛନ୍ତି । ଆଉ ସେମାନଙ୍କୁ ବିଶ୍ୱାସ କରି ଯେଉଁ ନିଷ୍ପତ୍ତି ନିଆଯାଉଛି ତାହା ଯଦି ସତ ନଥାଏ ତା’ହେଲେ ସାଧାରଣ ଲୋକେ ଯେଉଁମାନଙ୍କୁ କ୍ଷମତା ଦେଇଛନ୍ତି ସେହି ବ୍ୟବସ୍ଥା ଧୂଳିସାତ୍ ହୋଇଯାଉଛି । ତେଣୁ ଯେଉଁମାନେ କ୍ଷମତାକେନ୍ଦ୍ରର ଚାରିପଟେ ବିଶ୍ୱସ୍ତ ହୋଇ ରହିଛନ୍ତି ସେମାନେ ସତ କହିବା ଜରୁରୀ ।
ଏଠି ଗୋଟିଏ ଲେଖାଏଁ ବିଭାଗରେ ସଚିବମାନେ ୮ବର୍ଷ ଧରି ରହିଛନ୍ତି । ସେମାନଙ୍କ ପାଖରେ କେହି ପହଂଚି ପାରୁନାହାନ୍ତି । ସେମାନଙ୍କୁ ପରିବର୍ତ୍ତନ କରାଯିବା ଜରୁରୀ । ପରିବର୍ତ୍ତନ କରାଗଲେ ତ କ୍ଷମତାରେ ସନ୍ତୁଳନ କାଏମ ରହିପାରିବ । ସେହିପରି ମନ୍ତ୍ରୀମାନଙ୍କ କ୍ଷମତା କ’ଣ ଓ ସଚିବମାନେ ସେମାନଙ୍କୁ କେତେ ପଚାରି କାମ କରୁଛନ୍ତି ତାହା ସମସ୍ତେ ଜାଣିଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଓ ନବୀନ ନିବାସକୁ ତାଙ୍କର ଅବାଧ ପ୍ରବେଶ ରହିଥିଲା । ତାଙ୍କ ପରିବାରର ଦାୟିତ୍ୱ ନବୀନ ପଟ୍ଟନାୟକ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଗାଧ ବିଶ୍ୱାସ ତାଙ୍କ ପ୍ରତି ରହିଥିଲା ଓ ସେ ତାଙ୍କର ନିର୍ଦ୍ଦେଶକୁ ପାଳନ କରିବା ଓ ତାଙ୍କର ସ୍ୱାର୍ଥକୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିଲେ । କିନ୍ତୁ କେବଳ ଜଣେ ବ୍ୟକ୍ତିଙ୍କ ଆଗରେ ନତମସ୍ତକ ନହେବା ପାଇଁ ତାଙ୍କୁ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସେ ତିନିଥରର ବିଧାୟକ, ଆଜି ଯାହା ପରିଚୟ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଏବେବି ତାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ରହିଛି,ସର୍ବଦା ରହିଥିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।
ତାଙ୍କ ବିରୁଦ୍ଧରେ କେସ୍ କରିବା ପାଇଁ ଏବେ ବ୍ରହ୍ମପୁରରେ ଲୋକଙ୍କୁ ବାଧ୍ୟ କରାଯାଉଛି । ତାଙ୍କୁ ହଇରାଣ ପାଇଁ ଉଦ୍ୟମ ଚାଲିଛି । ହଜାର ହଜାର ମାମଲା ପୁଲିସ ପାଖରେ ପଡ଼ି ରହିଥିବାବେଳେ ଏକ ଷଡ଼ଯନ୍ତ୍ରକାରୀ ଗୋଷ୍ଠୀଙ୍କ ପ୍ରରୋଚନାରେ ମାମଲା ନଥାଇ ବି ପୁଲିସ ଏବେ ପଛରେ ପଡ଼ିଛି ।
ଶ୍ରୀ ପାଣିଗ୍ରାହୀ ଆହୁରି ମଧ୍ୟ କହିଛନ୍ତି ଯେ, ଥରେ ବବି ଦାସ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଡାକି ନେଇଯାଇଥିଲେ । ସେ ଯିବାକୁ ଚାହୁଁନଥିଲେ, କିନ୍ତୁ ବବି ଦାସ ବାଧ୍ୟ କରିବାରୁ ଯାଇଥିଲେ । ମାତ୍ର ସେଠାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଯେଭଳି ବ୍ୟବହାର ତାଙ୍କ ସହ କଲେ ତାହା ତାଙ୍କୁ କଷ୍ଟ ଦେଇଥିଲା ଓ ଆଉ ସେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଆସିବେ ନାହିଁ ବୋଲି ସେହିଦିନ ମନସ୍ଥ କରି ଫେରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top