ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଏଥିପାଇଁ SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ନାମଲେଖା ପରେ UGC ଗାଇଡଲାଇନ୍ ମୁତାବକ ପାଠପଢା ଆରମ୍ଭ ହେବ। ଏପଟେ ଯୁକ୍ତ ୨ କଲେଜରେ ବଢିଲା ୫୪ ହଜାର ୯ଶହ ସିଟ୍। ରାଜ୍ୟର ମୋଟ ୮ଶହ ଜୁନିୟର କଲେଜରେ ଆସନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସିଟ୍ ବୃଦ୍ଧି କରିଛନ୍ତି ସରକାର ।
ଅନ୍ୟପଟେ ଆସନ ବୃଦ୍ଧି ହୋଇଥିଲେ ମଧ୍ୟ କୌଣସି ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ନାମଲେଖା ଫି’ ବଢାଇ ପାରିବେନି । ଗତବର୍ଷ ଯାହା ଫି’ ଥିଲା, ଚଳିତ ବର୍ଷ ତାହା ସମାନ ରହିବ । ବିଜ୍ଞାନ ପାଠ୍ୟକ୍ରମରେ ୧୩ ହଜାର ସିଟ୍, ବାଣିଜ୍ୟରେ ୩ ହଜାର ୯୦୦, କଳା ପାଠ୍ୟକ୍ରମରେ ସର୍ବାଧିକ ୩୮ ହଜାର ସିଟ୍ ବୃଦ୍ଧି ହୋଇଛି ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...