Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିରୋଧୀଙ୍କ ହଟ୍ଟଗୋଳ ଦେଖି କାନ୍ଦିଲେ ଭେଙ୍କିଆ ନାୟଡ଼ୁ

ନୂଆଦିଲ୍ଲୀ: କୃଷି କାନୁନ ଓ ପେଗାସସ ଜାସୁସି ମାମଲାରେ ମୌସୂମୀ ଅଧିବେଶନରେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ପ୍ରତ୍ୟେକ ଦିନ ସରକାରଙ୍କୁ ଏହି ଦୁଇ ପ୍ରସଂଗରେ ବିରୋଧୀମାନେ ଲଗାତାର ଭାବେ ଗୃହରେ ହୋ ହଲ୍ଲା କରିବା ସହିତ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି । ବିରୋଧୀଙ୍କର ଏପରି ଆଚରଣରେ ବୁଧବାର ଚିନ୍ତା ବ୍ୟକ୍ତ କରିଛନ୍ତି ରାଜ୍ୟସଭା ସଭାପତି ଭେଙ୍କୟା ନାୟଡ଼ୁ ।
ସେ ମଙ୍ଗଳବାରର ଘଟଣାକୁ ଜାହିର କରି କହିଥିଲେ କି କୃଷି କାନୁନକୁ କିଛି ସାଂସଦ ବିରୋଧ କରି ଚୌକିରେ ବସି ରହିଥିବା ବେଳେ ଅଧିକାଂଶ ସାଂସଦ ଟେବୁଲ ଉପରେ ଛିଡା ହୋଇ ବିରୋଧ ପ୍ରଦର୍ଶନ କରିଥିଲେ । ଏପରି ଅଶୋଭନୀୟ ଆଚରଣ ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି ବୋଲି ସଭାପତି ଭେଙ୍କୟା ନାୟଡ଼ୁ କହିଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ମୁଁ ଏଭଳି ଆଚରଣ ପାଇଁ ବହୁ ମାତ୍ରାରେ ଦୁଃଖି ରହିଛି । ଗୃହର କିଛି ସଦସ୍ୟ ମୌସୂମି ଅଧିବେଶନ ସମୟରେ ବେଶ ଜୋରଦାର ହଙ୍ଗାମା କରିଥିଲେ । ଆମମାନଙ୍କର ରାୟ ଭିନ୍ନ ଭିନ୍ନ ହୋଇପାରେ । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହୋଇପାରେ । କିନ୍ତୁ ଗୃହରେ ଯେଉଁଭଳି ଭାବରେ ସାଂସଦମାନେ ଆଚରଣ କଲେ ତାହା ନିଶ୍ଚିତ ପକ୍ଷେ ନିନ୍ଦନୀୟ । ଗୃହର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିବା ଭଳି ଘଟଣା । ଏଠାରେ ଆମେ କହି ରଖୁଛୁ କି ଭେଙ୍କୟା ନାୟିଡ଼ୁ ନିଜର ମନ୍ତବ୍ୟ ରଖିବା ସମୟରେ ମଧ୍ୟ ଗୃହରେ ସାଂସଦମାନେ ହଟ୍ଟଗୋଳ ଜାରି ରଖିଥିବା ଦେଖିବାକୁ ମିଳିଥିଲା ।
ସୂଚନା ଯୋଗ୍ୟ ମଙ୍ଗଳବାର ବିରୋଧୀ ଦଳମାନେ ଗୃହରେ ଜୋରଦାର ହଟ୍ଟଗୋଳ କରିଥିଲେ । ଏହି ସମୟରେ ବିପକ୍ଷ ଦଳର ନେତାମାନେ ଜୟ ଯବାନ, ଜୟ କିଶାନର ନାରା ଦେଇଥିଲେ । ବିରୋଧୀ ଦଳର ନେତାମାନେ ସାଂସଦଙ୍କ ଟେବୁଲ ଉପରେ ଛିଡ଼ା ହୋଇଥିବା ବେଳେ ଆଉ କିଛି ସାଂସଦ ସେଠାରେ ବସି ରହିଥିଲେ । ସେହିପରି କିଛି ସାଂସଦ ରୁଲ ବୁକକୁ ମଧ୍ୟ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । କେବଳ ଏତିକିରେ ସୀମିନ ନଥିଲେ ସାଂସଦ । ହାତରେ କଳା ବ୍ୟାଜ ବାନ୍ଧି ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆଉ କିଛି ସାଂସଦ କଳା ପୋଷାକ ପିନ୍ଧି ସରକାରଙ୍କ ବିରୋଧରେ ନାରାବାଜି କରିଥିବା ଦେଖିବାକୁ ମିଳିଥିଲା । ଫଳରେ ଗୃହକାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଭେଙ୍କୟା ନାୟିଡ଼ୁ କହିଥିଲେ ।
ବିରୋଧିଙ୍କ ଏପରି ଆଚରଣକୁ ଦେଖି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି କି ବିପକ୍ଷ ଦଳର ନେତା ମାନେ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରି ଆସୁଥିଲେ । ଆମେମାନେ ମଧ୍ଯ ଆଲୋଚନା କରିବାକୁ ପ୍ରସ୍ତୁତ ଥିଲୁ । କିନ୍ତୁ ଆଲୋଚନା ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଫଳରେ ଗୃହକାର୍ଯ୍ୟକୁ ଅଧାରେ ବନ୍ଦ ରଖିବାକୁ ଆମେ ବାଧ୍ୟ ହେଲୁ ବୋଲି ଶ୍ରୀ ଯୋଶୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top