ନୂଆଦିଲ୍ଲୀ: ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କ ଅସ୍ଥି ହରିଦ୍ୱାରର ଗଙ୍ଗାରେ ବିସର୍ଜନ କରାଯାଇଛି। ସିଡିଏସ ରାଓ୍ୱତଙ୍କ ଦୁଇ ଝିଅ କ୍ରିତିକା ଏବଂ ତାରିଣୀ ହରିଦ୍ବାରରେ ଏହି କାର୍ଯ୍ୟ ସମାପନ କରିଛନ୍ତି। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଥିବା ବେରାର ସ୍କୋୟାର ଅନ୍ତିମ ସଂସ୍କାରରେ ଶୁକ୍ରବାର ଦିନ ସିଡିଏସ୍ ଜେନେରାଲ୍ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କୁ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଭାରତର ପ୍ରଧାନ ବିଚାରପତି ଏନ.ଭି ରମନ୍ନା, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ନେତା ଏଥିରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ ଯେ ବୁଧବାର ତାମିଲନାଡୁର କୁନୁର ନିକଟରେ ଏକ Mi17 V5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଜେନେରାଲ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥି ସହ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ କହିଛନ୍ତି।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...