ଭୁବନେଶ୍ବର,(ଓଡ଼ିଶା ୱେୟାର): ଭେଟେରାନ ଅଭିନେତା ମିହିର ଦାସ ଗୁରୁତର ଅସୁସ୍ଥ । ସେ କିଡ୍ନୀ ରୋଗରେ ପୀଡ଼ିତ ହୋଇଥିବା ଜଣାପଡିଛି । ତାଙ୍କୁ ଗତକାଲି କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
ମିହିର ଦାସଙ୍କୁ ସମସ୍ତ ଚିକିତ୍ସା ଯୋଗାଇ ଦିଆଯାଉଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ମିହିରଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପଚାରିବୁଝିଛି ଓଡ଼ିଶା ସିନେ କଳାକାର ସଂଘ। ତାଙ୍କୁ ଖୁବ ଶୀଘ୍ର ଭଗବାନ ଆରୋଗ୍ୟ କରିଦିଅନ୍ତୁ ବୋଲି ଅଭିନେତା ଶ୍ରୀତମ ଦାସ କହିଛନ୍ତି ।


