ଭୁବନେଶ୍ୱର,(ଓଡ଼ିଶା ୱେୟାର) : କନିଷ୍ଠ ଶିକ୍ଷକଙ୍କୁ ରାଜ୍ଯ ସରକାର ନୂଆବର୍ଷ ଭେଟି ଦେଇଛନ୍ତି କନିଷ୍ଠ ଶିକ୍ଷକଙ୍କୁ । ସେମାନଙ୍କ ମୂଳ ଦରମା ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନରେ ନିୟୋଜିତ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିଲା ଏହା ଦ୍ୱାରା ୩୩ହଜାର ୩୮ଜଣ ଶିକ୍ଷକ ଉପକୃତ ହେବେ। ଏହି ନିଷ୍ପତ୍ତି ଦ୍ବାରା ୧୩,୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଉପକୃତ ହେବାବେଳେ, ୧୯,୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ । ୨୦୨୨ ଜାନୁଆରୀ ପହିଲାରୁ ବର୍ଦ୍ଧିତ ଦରମା କାର୍ଯ୍ଯକାରୀ ହେବ ନିଷ୍ପତ୍ତି ଅନୁଯାୟୀ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ବର୍ତ୍ତମାନ ଦରମା ୭ହଜାର ଶହ ଟଙ୍କା ଥିବା ବେଳେ ଏହାକୁ ୧୧ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। କନିଷ୍ଠ ଶିକ୍ଷକଙ୍କ ଦରମା ୯ହଜାର ୨ଶହ ଟଙ୍କା ଥିବା ବେଳେ ଏହାକୁ ୧୩ହଜାର ୮ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ଯ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ।
ଆଜିଠୁ ୩ଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’
ଯୋଗଦେବେ ୨୦୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିଶୁ ଦିବସ ଉପଲକ୍ଷେ ଆଜିଠୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ...