ପାଟନା: ବିହାରର ଔରଙ୍ଗବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପ୍ରେମିକ ବିବାହ କରିବାକୁ ମନା କରିବା ପରେ ପ୍ରେମିକା ଏବଂ ତାଙ୍କ ସାଙ୍ଗମାନେ ବିଷ ପିଇଥିଲେ। ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣା କସମା ପୋଲିସ ଷ୍ଟେସନ ଅଞ୍ଚଳର ଚିରାଇଲା ଗାଁରୁ ଆସିଛି । ଏକାସାଙ୍ଗରେ ୬ ଜଣ ଝିଅ ବିଷ ଖାଇବା ପରେ ସମଗ୍ର ଅଞ୍ଚଳ ଶୋକର ଛାୟା ଖେଳିଯାଇଛି। ଘଟଣାର କାରଣ ସଂପୂର୍ଣ୍ଣ ଭାବେ ଜଣାପଡିନାହିଁ, କିନ୍ତୁ କୁହାଯାଉଛି ଯେ ପ୍ରେମ ସମ୍ପର୍କ ହେତୁ ଝିଅ ମାନେ ଏପରି ଭୟାନକ ପଦକ୍ଷେପ ନେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଫିଗଞ୍ଜ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।
ପୋଲିସର କହିବା ଅନୁଯାୟୀ ଯେ ୬ ଜଣ ବାଳିକା ବିଷ ପିଇଥିଲେ, ସେଥିମଧ୍ୟରୁ ତିନିଜଣଙ୍କର ମୃତ୍ୟୁ ଘଟିଛି। ଅବଶିଷ୍ଟ ତିନିଜଣ ମାଗାଦ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ ଅନୁଯାୟୀ ଏହି ତିନି ସାଙ୍ଗଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ଗାଁରେ ଏକ ଆଲୋଚନା ହେଉଛି ଯେ ମୃତ୍ୟୁବରଣ କରିଥିବା ଝିଅ ମାନଙ୍କ ମଧ୍ୟରୁ ଜଣେ ତାଙ୍କ ଭାଇଙ୍କ ଶଳାକୁ ପ୍ରେମ କରୁଥିଲେ। ସେ ତାଙ୍କ ସାଙ୍ଗମାନଙ୍କ ସହିତ ଯୁବକଙ୍କ ସାମ୍ନାରେ ପ୍ରେମ ବ୍ୟକ୍ତ କରିଥିଲେ ଏବଂ ବିବାହ ପ୍ରସ୍ତାବ ଦେଇଥିଲେ, କିନ୍ତୁ ପିଲାଟି ପ୍ରତ୍ୟାଖ୍ୟାନ କରିଥିଲେ | ପ୍ରେମିକଙ୍କ ପ୍ରତ୍ୟାଖ୍ୟାନ ପରେ ସମସ୍ତ ସାଙ୍ଗମାନେ ନିଜ ଗାଁକୁ ଆସିଥିଲେ। କିନ୍ତୁ କିଛି ସମୟ ଦେଖିବା ପରେ ଯୁବତୀ ଜଣଙ୍କ ବିଷ ଖାଇଥିଲେ ଏହା ପରେ ଅନ୍ୟ ସାଙ୍ଗମାନେ ମଧ୍ୟ ତାଙ୍କୁ ସମର୍ଥନକରି ବିଷ ଖାଇଥିଲେ । କିନ୍ତୁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ସୂଚନା ପାଇବା ମାତ୍ରେ ସିଓ ଅଓ୍ୱଧେଶ କୁମାର ସିଂହ, ଏସଏଚଓ ରାଜଘରିଆ ପ୍ରସାଦ, ମୁଖ୍ୟ ପ୍ରତିନିଧୀ ଅନୁଜ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଗାଁରେ ଏକାଠି ତିନି ଝିଅଙ୍କ ମୃତ୍ୟୁ ପରେ ଚହଳସୃଷ୍ଟି ପଡିଯାଇଥିଲା।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...