ନୂଆଦିଲ୍ଲୀ: ଦିଲ୍ଲୀର ଆନନ୍ଦ ପର୍ବତ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳର ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ଏଠାରେ ନିଆଁ ଲିଭାଇବା ବେଳେ ୫ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିବା ଜଣାଯାଇଛି।
ସେହିପରି ଆଜାଦ ବଜାରରେ ବି ଆଜି ସକାଳେ ଅଚାନକ ନିଆଁ ଲାଗିଛି। ହଠାତ୍ ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ଡରିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକ ଓ ଆଗ୍ନିକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି।
ରିପୋର୍ଟ ମୁତାବକ, ବଜାରର ୩ଟି ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି। ଦିଲ୍ଲୀର ଦମକଳ ବିଭାଗର ଅଧିକାରୀ କହିଛନ୍ତି, ସିଲିଣ୍ଡର ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ଜଣ ସାମାନ୍ୟ ଆହତ ହୋଇଥିବା ଜଣେ ଜଣେ ଅଗ୍ନିଶମ କର୍ମଚାରୀଙ୍କୁ ବି ଆଘାତ ଲାଗିଛି। ଏବେ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।


