ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଏହି ଜନସମ୍ପର୍କ ପଦଯାତ୍ରାକୁ ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ଏ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି ।
ଲୋକଙ୍କ ସହ ଯୋଡି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇଛି । ଆମେ ସବୁବେଳେ ଲୋକଙ୍କ ସୁଖ ଦୁଃଖରେ ଲୋକଙ୍କ ସାଥିରେ ରହି ଆସିଛୁ । ସେବା ଓ ସ୍ୱାଭିମାନ ହେଉଛି ଆମର ମନ୍ତ୍ର । ବିକାଶ ଆମର ପରିଚୟ । ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ । ଗତ ଚବିଶ ବର୍ଷ ଭିତରେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ , Good Governance, SC ST ବର୍ଗର କଲ୍ୟାଣ, ମହିଳା, ଯୁବକ,ଚାଷୀ ସମସ୍ତଙ୍କ Empowerment ଆଦି ସବୁ କ୍ଷେତ୍ରରେ Visible improvement ଆସିଛି । ଅର୍ଥନୈତିକ ସ୍ଥିରତା ଆସିଛି । ଓଡିଶାର ଗରିବୀ ଦୁଇ ହଜାର ମସିହାରେ ୭୦ ପ୍ରତିଶତ ଥିବା ବେଳେ ଆଜି ଏହା ୧୦ ପ୍ରତିଶତ କୁ ଖସିଛି । ଆମ ଲୋକଙ୍କ Percapita income ବଢିଛି । ଅନେକ Double engine ରାଜ୍ୟ ମାନଙ୍କ ଠାରୁ ମଧ୍ୟ ଓଡିଶା ଆଗରେ ଅଛି ।ବିକାଶ ର ସବୁ କ୍ଷେତ୍ରରେ ଆଜି ଓଡିଶା ଭଲ ସ୍ଥିତି ରେ ରହିଛି ବୋଲି ନବୀନ କହିଛନ୍ତି।
ସେହିପରି ଏହି ବିଜେପି ସରକାରକୁ ଟାର୍ଗେଟ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି ମିଛ କହି ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ସେମାନେ କିଛି ନୂଆ ଯୋଜନା କରୁ ନାହାନ୍ତି ଖାଲି ନାଁ ବଦଳାଉଛନ୍ତି। ଆମ ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ । ଏବେ ସରକାର ସେ ଯୋଜନାର ନାମ ବିଏସ୍କେୱାଇ ନାଁ ମଧ୍ୟ ବଦଳାଇଛନ୍ତି, ଯାହା ଲୋକ ସବୁ ଜାଣିଛନ୍ତି । ସେହିପରି ୩ଶହ ୟୁନିଟ ମାଗଣା ବିଜୁଳି, ୩ ହଜାର ଭତ୍ତା ଓ ‘ମା’ ମାନଙ୍କୁ ୫୦ ହଜାର ଦେବେ ବୋଲି ନିର୍ବାଚନ ପୂର୍ବରୁ କହିଥିଲେ କିନ୍ତୁ ଏହା କେତେ ଜଣ ପାଇଲେଣି । ତୁମେ ରଙ୍ଗ ବଦଳାଇପାର, ନାଁ ବଦଳାଇପାର କିନ୍ତୁ ଇତିହାସ ବଦଳାଇପାରିବନି । ନିର୍ବାଚନ ବେଳେ ବିଜେପି ହାତୀ ଦେବୁ, ଘୋଡା ଦେବୁ କହି ଭୋଟ ନେଲା କିନ୍ତୁ କିଛି ଦେଲାନି ।
ନବୀନ ଆଉ ମଧ୍ୟ କହିଛନ୍ତି ଏ ସରକାରଙ୍କ ଉପରେ ଆଉ ଲୋକଙ୍କ ଭରସା ନାହିଁ । ଲୋକମାନ ବିଜେପି ସରକାରଙ୍କ ମିଛ ସବୁ ଜାଣିସାରିଲେଣି । ସେମାନେ ଲୋକଙ୍କୁ ମିଛ କହି ମିଛ ପ୍ରତଶ୍ରୁତି ଦେଇ ନିର୍ବାଚନ ଜିତିପାରନ୍ତି, କିନ୍ତୁ ଲୋକଙ୍କ ହୃଦୟ ଜିତିପାରିବେ ନାହିଁ। ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି । ଆମେ ସବୁବେଳେ ଲୋକଙ୍କ ହୃଦୟରେ ଅଛୁ ଓ ରହିଥିବୁ ।ସରକାରୀ କର୍ମଚାରୀ ରାଜଭବନରେ ବି ସୁରକ୍ଷିତ ନୁହଁନ୍ତି। ଏବେ ବିଜେପିର ମିଛ ଧରା ପଡି ଯାଇଛି । ଦରଦାମ ବଢି ଚାଲିଛି ।
ମା ମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହନ୍ତି । ଏ ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହନ୍ତି । । ମିଛ କହି ନିର୍ବାଚନ ଜିତି ପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ନୁହେଁ । ମିଛ ହେଉଛି ବିଜେପିର ପରିଚୟ । କିନ୍ତୁ ମୁଁ କ୍ଷମତାରେ ଥାଏ ବା ନଥାଏ, ଆପଣମାନଙ୍କର ସେବା ମୁଁ ସବୁ ବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡିଶା ମାଟିର, ଓଡିଶା ବାସୀଙ୍କ ସେବା କରି ଚାଲିବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।