Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୋ ଦଳର ଭିତର କଥା ମୁଁ ବାହାରେ କହିବି ନାହିଁ – ଶ୍ରୀମୟୀ ମିଶ୍ର

ବିଜେଡି ଦଳ କନ୍ଦଳକୁ ନେଇ ଶ୍ରୀମୟୀ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଆଜି ଗାନ୍ଧୀ ଜୟନ୍ତୀ । ମହାତ୍ମା ଗାନ୍ଧୀ ସବୁ ବେଳେ କହୁଥିଲେ ଏ ଦେଶ ସେ ଦିନ ସ୍ବାଧୀନ ହେବ ଯେଉଁଦିନ ଗୋଟେ ନାରୀ ସ୍ବାଧୀନ ଭାବରେ ରାତିରେ ସୁରକ୍ଷିତ ଭାବେ ଯିବା ଆସିବା କରିପାରିବା । ଯୁଗେଯୁଗେ ଲେଖା ଅଛି ଯେଉଁମାନେ ମହିଳାଙ୍କୁ ଅସମ୍ମାନ ଯେଉଁଠି ବି କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି । ସେଟା ପୁରାଣ, ଇତିହାସରେ ଲେଖା ଅଛି ଏବଂ ଆପଣ ବି ଦୈନଦିନ ଜୀବନରେ ତା’ର ଉଦାହରଣ ଦେଖୁଥିବେ । କିନ୍ତୁ ଆମ ଦଳରେ ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ତାହା ଆମ ଦଳର ସମୀକ୍ଷା ବୈଠକ ଥିଲା ।

ସମୀକ୍ଷା ବୈଠକରେ ଯେଉଁମାନେ ନେତୃ ମଣ୍ଡଳୀମାନେ ଥିଲେ ସେମାନେ ତାର ତର୍ଜମା ବିଶ୍ଲେଷଣ କରିବେ । ଗଣମାଧ୍ୟମରେ ମୁ ଯଦି କିଛି କହିବା ତାହା କେବେ ହେଲେ ଏକ ଶୃଙ୍ଖଳିତ କର୍ମୀର ପରିଚୟ ନୁହେଁ । ଏବଂ କହିବା ଲୋକ କେବେ ବି ବଡ଼ ନୁହେଁ ମୁଁ ସବୁ ବେଳେ ଭାବେ ସହିବା ଲୋକଟି ସବୁ ବେଳେ ବଡ଼ ହୋଇଥାଏ। ବୈଠକରେ କଣ ହେଇଛି ମୁ କୌଣସି ବିଶ୍ଲେଷଣ କରିବି ନାହିଁ । ଆଉ ମୁଁ ସବୁବେଳେ ନବୀନ ପଟ୍ଟନାୟକ ଓ ଦଳ ସହ ରହିଛି ଆଉ ମଧ୍ୟ ରହିବି ।ଶ୍ରୀମୟୀ ଆଉ ମଧ୍ୟ କହିଛନ୍ତି ପ୍ରଦୀପ ସାହୁ ମୋର ବଡ଼ ଭାଇ । ନିର୍ବାଚନ ବେଳେ ମୋତେ ସେ ବହୁତ ସହଯୋଗ କରିଛନ୍ତି । କାହାର କେଉଁଠି ମତାନ୍ତର ମନାନ୍ତର ରହିଛି ସେଇଟା ଦଳର ସଭାପତି ନିଷ୍ପତ୍ତି ନେବେ । ସେ ବିଷୟରେ ନିଷ୍ପତ୍ତି ଦେବା ଓ କୌଣସି ଟିପଣି ଦେବା ମୋର କୌଣସି ଅଧିକାର ନାହିଁ । ଏବଂ ଆମ ଦଳ ରେ କଣ ହେଉଛି ମିଡ଼ିଆରେ ମୁଁ କହିବି ନାହିଁ । ମୋ ପରିବାର କଥା ମୁଁ ବାହାରେ କହିବି ନାହିଁ ।

ଏହାପରେ ଶଙ୍ଖଭବନ କଥା କଟାକଟି ଘଟଣାରେ ପ୍ରତିକ୍ରିୟା ଦେଇ ଦେବୀ ମିଶ୍ର କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନି । ଯେତେବେଳେ ଆମେ ସମୀକ୍ଷା କରୁଛୁ ବା ଆଲୋଚନା କରୁଛୁ ସଂଗଠନକୁ ନେଇ ସେତେବେଳେ ଏମିତି ପ୍ରାୟ ଘଟଣା ସାମନାକୁ ଆସୁଛି। ତାର ସମାଧାନ ବି କରାଯାଉଛି । ଏମିତି କିଛି ନୁହେଁ ଯେ କେହି ଦଳ ବିରୋଧୀ କାମ କରୁଛନ୍ତି ।ସେହିପରି ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି ଦଳରେ ଶୃଙ୍ଖଳା କମିଛି । ଖାଲି ସମ୍ମାନ ଆଶା କଲେ ହେବନି । ସେମାନେ ବି ସମ୍ମାନ ଦେବା ଶିଖନ୍ତୁ । ଦଳର ଭିତର କଥା ବାହାରକୁ ଆଣି କେତେ ଠିକ୍‌ ନିଜକୁ ପଚାରନ୍ତୁ । ଆମର ତ୍ରୁଟି ପାଇଁ ଆମେ ହାରିଲୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top