ଭୁବନେଶ୍ୱର(ଓଡବ୍ଲ୍ୟୁ):ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ଆଜି ଜେଲରୁ ମୁକୁଳିଛନ୍ତି । ଗତକାଲି ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିବାବେଳେ ଆଜି ଭୁବନେଶ୍ୱର ଏସଡିଜେଏମ୍ ଓ କୋଣାର୍କ ଜେଏମଏଫସି କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ତାଙ୍କ ଉପରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବା ପରେ ସେ ଜେଲରୁ ମୁକୁଳିବା ସମ୍ଭବପର ହୋଇଛି । ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଏହା ପରେ ଜେଲ୍ରୁ ବାହାରିବା ପାଇଁ ରାସ୍ତା ପରିଷ୍କାର ହୋଇଥିଲା।
ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇଥିଲେ। ତାଙ୍କ ଓକିଲ୍ ହିଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆୟର ଆଜି ଭୁବନେଶ୍ୱରରୁ ସିଧା ଚେନ୍ନାଇ ଯିବେ। ସେଠାରେ ସେ ତାଙ୍କ ମାଆଙ୍କୁ ଭେଟିବେ। ଗତ କିଛି ଦିନ ହେଲା ଅଭିଜିତ୍ ଆୟର ମିତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଥିଲା।
ଶ୍ରୀମନ୍ଦିର,କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଦେବାରୁ ପୁଲିସ ଅଭିଜିତ୍ ଆୟରଙ୍କୁ ଗତ ଅକ୍ଟୋବର ୨୩ରେ ଗିରଫ କରିଥିଲା।