Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

୨୦ଦିନ ପୂର୍ବରୁ ମୁଲତବୀ ହେଲା ବିଧାନସଭା, ଝୁଲିଲା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଧାନସଭାର ଶୀତ ଅଧିବେଶନକୁ ୧୬ଟି କାର୍ଯ୍ୟଦିବସ ଥାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ନଭେମ୍ବର ୨୬ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ପ୍ରାୟ ୨୦ଦିନ ପୂର୍ବରୁ ଗୃହକୁ ମୁଲତବୀ କରାଯାଇଛି ଓ ମାତ୍ର ୧୨ଦିନ ଗୃହ ଚାଲିବା ସମ୍ଭବପର ହୋଇପାରିଛି । ବିଗତ ୩ଦିନ ଧରି ଗୃହର ଦ୍ୱିତୀୟାର୍ଦ୍ଧ ବିନା କାର୍ଯ୍ୟସୂଚୀ ପରିଚାଳିତ ହେଉଥିଲା ।
ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ଶୀତ ଅଧିବେଶନ ୩୧ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କୌଣସି ସରକାରୀ କାର୍ଯ୍ୟ ନଥିବାରୁ ଗୃହକୁ ମୁଲତବୀ କରାଯାଇଛି । ଚଳିତ ଅଧିବେଶନରେ ଜିଏସଟି ବିଲ୍ , ଓଡ଼ିଶା ବିନିଯୋଗ(ସଂଖ୍ୟା ୨) ବିଲ ଏବଂ ଓଡ଼ିଶା ସାର୍ବଜନୀନ ପରୀକ୍ଷା(ଅନୁଚିତ ସାଧନର ନିବାରଣ) ବିଲ-୨୦୨୪ ଆଗତ ଓ ପାରିତ ହୋଇଛି । ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪କୁ ଗୃହରେ ସରକାର ଗୃହରେ ଆଗତ କରିଥିଲେ ମଧ୍ୟ ଏହା ଉପରେ ଆଲୋଚନା କରିନାହାନ୍ତି । ବିଜେଡି ବିଧାୟକମାନଙ୍କ ବିରୋଧ ଓ ଅନ୍ୟ କେତେକ କାରଣରୁ ସରକାର ଏହି ବିଲକୁ ଚଳିତ ଅଧିବେଶନରେ ପାରିତ କରାଇବାକୁ ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି ।
ଚଳିତ ଅଧିବେଶନରେ ୧୨ଦିନ ଗୃହ ଚାଲିଥିଲେ ମଧ୍ୟ ସେଥିରୁ ମାତ୍ର ୭ଟି କାର୍ଯ୍ୟଦିବସ ରହିଥିଲା । ସର୍ବଭାରତୀୟ ଡିଜି ସମ୍ମିଳନୀ ପାଇଁ ଗୃହ ୨ଦିନ ମୁଲତବୀ ରହିଥିଲା । ଗୃହରେ ଚଳିତ ଅଧିବେଶନରେ ୨୪ଟି ତାରକା ପ୍ରଶ୍ନ ଉପରେ ଆଲୋଚନା ହୋଇଥିବାବେଳେ ୧୭୫୦ଟି ତାରକା ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଲିଖିତ ଆକାରରେ ଦିଆଯାଇଛି । ତା’ଛଡ଼ା ବିଧାୟକମାନଙ୍କର ୨୨୯୫ଟି ଅଣତାରକା ପ୍ରଶ୍ନ ମଧ୍ୟରୁ ୨୧୯୧ଟି ପ୍ରଶ୍ନର ଲିଖିତ ଉତ୍ତର ମଧ୍ୟ ସରକାର ଦେଇଛନ୍ତି । ବିରୋଧୀ ଦଳ ଦ୍ୱାରା ଆଗତ ୬ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରିଥିବାବେଳେ ୨ଟି ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଥିଲା । ଚଳିତ ଅଧିବେଶନରେ ଗୃହରେ ୮ଟି ସିଏଜି ରିପୋର୍ଟ ସମେତ ୧୦ଟି ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ଉପସ୍ଥାପିତ ହୋଇଛି ।
ଅନ୍ୟପକ୍ଷରେ ପୁଳାପୁଳା ପ୍ରସଙ୍ଗ ଥିଲେ ମଧ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ ଏହାକୁ ପ୍ରଭାବଶାଳୀ ଢଙ୍ଗରେ ଗୃହରେ ଉତଥାପନ କରିବାରେ ସକ୍ଷମ ହୋଇପାରିନଥିଲେ । ବିରୋଧୀ ଦଳଗୁଡ଼ିକର ସାମାନ୍ୟ ହଟ୍ଟଗୋଳ ଭିତରେ ବି ଶାସକ ଦଳ ଚଳିତ ଅଧିବେଶନକୁ ବେଶ୍ ସୁରୁଖୁରୁରେ ସମ୍ପାଦନ କରିବାରେ ସକ୍ଷମ ହୋଇଛି । ତେବେ ଶାସକ ଦଳ ମଧ୍ୟରେ ସମନ୍ୱୟ ଅଭାବରୁ ଗୃହରେ ସରକାରଙ୍କୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା ଦେଖିବାକୁ ମିଳିଛି । ଗତ ୩ଦିନ ଧରି ଗୃହରେ ଦ୍ୱିତୀୟାର୍ଦ୍ଧରେ କୌଣସି ନିଦ୍ଦିଁଷ୍ଟ କାର୍ଯ୍ୟକ୍ରମ ନଥିବା ଏବଂ ଶାସକ ଦଳର ସଦସ୍ୟମାନେ ନିଜ ସରକାରକୁ ଅଡ଼ୁଆରେ ପକାଇବା ଭଳି ଗୃହରେ ପ୍ରଶ୍ନ କରିବା ମଧ୍ୟ ଶାସକ ବିଜେପି ମଧ୍ୟରେ ସମନ୍ୱୟ ଓ ଅଭିଜ୍ଞତାର ଅଭାବ ପରିଲକ୍ଷିତ ହୋଇଥିଲା । ଗୃହରେ ଶେଷ ଦୁଇଦିନ ରାଜଧାନୀରେ ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେଡିର ହଟ୍ଟଗୋଳ କରିଥିଲେ ମଧ୍ୟ ସରକାର ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇନଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top