ଭୁବନେଶ୍ୱର(ଓଡବ୍ଲ୍ୟୁ):ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ ଅପରାଜିତା ଷଡ଼ଙ୍ଗୀ ଆସନ୍ତା ୨୭ତାରିଖରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇପାରନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିବେ ବୋଲି ଅପରାଜିତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।
ସୂଚନା ଅନୁସାରେ ସରକାରି ଚାକିରିରୁ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ଏବେ ଭୁବନେଶ୍ୱରରେ ଅଛନ୍ତି।ସେ ଆସନ୍ତା ୨-୩ଦିନ ମଧ୍ୟରେ ଦିଲ୍ଲୀ ଗସ୍ତରେ ଯିବେ।୨୭ ତାରିଖରେ ଦଳର ଜାତୀୟ ସଭାପତି ଅମିତ୍ ଶାହ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ସମ୍ବିତ ପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଓଡ଼ିଶା ଫେରିବା ପରେ ତାଙ୍କୁ ଡିସେମ୍ବର ୧ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ।ଅବଶ୍ୟ ବିଜେପିରେ ସାମିଲ ହେବା ସମ୍ପର୍କରେ ଅପରାଜିତାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଶ୍ରୀମତୀ ଷଡ଼ଙ୍ଗୀ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...