ଅହମଦାବାଦ: ଶପଥ ନେବା ପୂର୍ବରୁ ନବନିର୍ବାଚିତ ଭୁପେନ୍ଦ୍ର ପଟେଲ ନୀତିନ ପଟେଲଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ରେସରେ ସର୍ବାଗ୍ରେ ରହିଥିବା ନୀତିନଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି ଭୁପେନ୍ଦ୍ର। ଏହି ସମୟରେ ଭିକ୍ଟୋରିର ସଂକେତ ଦେଇଥିଲେ ଉଭୟ। ତେବେ ଏହି ସାକ୍ଷାତ ପରେ ଭୁପେନ୍ଦ୍ର ପଟେଲଙ୍କୁ ନୀତିନ ଶୁଭେଚ୍ଛା ଜଣାଇଥି6ବା ସୂଚନା ରହିଛି। ସେହିପରି ସେ ଭୁପେନ୍ଦ୍ରଙ୍କୁ ପାରିବାରିକ ବନ୍ଧୁତ୍ବ ବୋଲି ନୀତିନ କହିଛନ୍ତି।
ନୀତିନ ପଟେଲ କହିଛନ୍ତି କି ଭୁପେନ୍ଦ୍ର ଶପଥ ନେଉଥିବା ଜାଣି ମୁଁ ବହୁତ ଖୁସି । ଆବଶ୍ୟକ ପଡ଼ିଲେ ତାଙ୍କର ମାର୍ଗଦର୍ଶକ ହେବି। ମୋ ନାଁ କଟିଯିବା ନେଇ ମୁଁ ଦୁଃଖିତ ନାହିଁ। ୧୮ ବର୍ଷ ବୟସରୁ ବିଜେପି ସହିତ ସାମିଲ ରହିଛି ଓ ଦଳ ପାଇଁ କାର୍ଯ୍ୟ କରିଆସୁଛି। ଆଗକୁ ମଧ୍ୟ ଏହିପରି କାର୍ଯ୍ୟ କରୁଥିବି। ମୋତେ ଦଳରେ କୌଣସି ପଦ ମିଳୁ ଅବା ନ ମିଳୁ ମୁଁ କାର୍ଯ୍ୟ କରୁଥିବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ ଆଜି ଶପଥ ନେଇଛନ୍ତି। ଗତକାଲି ସେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ। ଏହାପରେ ଭୂପେନ୍ଦ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ । ବିଜୟ ରୂପାନୀଙ୍କ ଇସ୍ତଫା ପରେ କିଏ ହେବ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ଭିତରେ ଡାର୍କ ହର୍ସ ଭାବେ ଉଭା ହୋଇଥିଲେ ଭୂପେନ୍ଦ୍ର। ଆସନ୍ତାବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ଥିବାରୁ ଭୂପନ୍ଦ୍ରେଙ୍କ ଆଗରେ ରହିବ ଅନେକ ଚ୍ୟାଲେଞ୍ଜ।
ଏମଏଲଏରୁ ସିଧାସଖଳ ସିଏମ ହୋଇଥିବା ଭୂପେନ୍ଦ୍ରଭାଇ ପଟେଲ୍ ଘାଟଲୋଡିଆ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି । ପଟେଲ ପାଟିଦାର ନେତା ଭାବେ ଜଣାଶୁଣା ଭୂପେନ୍ଦ୍ର ଅହମ୍ମଦାବାଦ ମ୍ୟୁନିସିପାଲ୍ କାଉନସିଲର୍ ଭାବେ କାମ କରିଆସିଛନ୍ତି । ଅହମ୍ମଦାବାଦ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ବା AUDAର ଚେୟାରମ୍ୟାନ୍ ଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଇଞ୍ଜିନିୟରିଂ । ୟୁପିର ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ନିକଟତର ଭୂପେନ୍ଦ୍ର ପଟିଦାର ସମ୍ପ୍ରଦାୟରୁ ଆସୁଛନ୍ତି । ପଟିଦାର ସମ୍ପ୍ରଦାୟ ସହିତ ବିଜେପିର ଭଲ ସମ୍ପର୍କ ନଥିବାରୁ, ତାଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳ ପଟିଦାର ସମ୍ପ୍ରଦାୟର ଭୋଟ୍ ହାତେଇବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ପୂର୍ବରୁ ବିଜେପି ଉତ୍ତରାଖଣ୍ଡ ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଥିଲା ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...