Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ତାଲିବାନ ସରକାରଙ୍କୁ ସମର୍ଥନ ଦେବ କାତାର !

କାବୁଲ: ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଛି ତାଲିବାନ । ତାଲିବାନ ସରକାରର ଅନ୍ତରୀଣ ପ୍ରଧାନମନ୍ତ୍ରୀ ମୁଲ୍ଲା ମହମ୍ମଦ ହସନ ଆଖୁନ୍ଦ କାତାର ଗସ୍ତ କରି ତାଙ୍କ ବୈଦେଶିକ ମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ତାଲିବାନୀ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବୈଦେଶିକ ଗସ୍ତ ରହିଥିଲା। ତେବେ କାତାର ବୈଦେଶିକ ମନ୍ତ୍ରଣାଳୟ କହିଛି କି ଶେଖ ମହମ୍ମଦ ବିନ୍ ଅବଦୁଲ୍ଲାହମାନ ଅଲ-ଥାନି ମୁଲ୍ଲା ମହମ୍ମଦ ହସନ ଆଖୁନ୍ଦଙ୍କ ସହ ଆଲୋଚନା କରି ଏକ ବୈଠକରେ ଆଫଗାନ ସ୍ବିକୃତି ଦେବାକୁ କହିଛନ୍ତି। ଏହା ସହିତ ଏହି ବୈଠକରେ ମାନବବାଦ ସମସ୍ୟା, ଦ୍ବିପାକ୍ଷିକ ସମ୍ପର୍କ, ଆର୍ଥିକ ବିକାଶ ଓ ସମଗ୍ର ବିଶ୍ବ ସହିତ ଆଲୋଚନା ସମ୍ପର୍କରେ ଆଲୋଚନା ହୋଇଥିଲା।

କାତାର ବୈଦେଶିକ ମନ୍ତ୍ରଣାଳୟ କହିବା ଅନୁଯାୟୀ ଶେଖ ମହମ୍ମଦ ଓ ତାଲିବାନ ପ୍ରଧାନମନ୍ତ୍ରୀ ହସନ ଆଖୁନ୍ଦ ଆଫଗାନିସ୍ତାନରେ ସ୍ଥିରତା ଉପରେ ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀ ସଂଗଠନ ସହିତ ଲଢିବା ପାଇଁ ପ୍ରୟାସ ଉପରେ ଆଲୋଚନା ହୋଇଥିଲା। ଦେଶରେ ଶାନ୍ତି ବଢାଇବା ଓ ଲୋକମାନଙ୍କର ସୁରକ୍ଷା ଉପରେ ମଧ୍ୟ ଗଭୀର ଭାବେ ଆଲୋଚନା ହୋଇଥିବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଥିଲା। ଶେଖ ମହମ୍ମଦ “ଆଫଗାନିସ୍ତାନ କର୍ତ୍ତୃପକ୍ଷଙ୍କୁ ସମସ୍ତ ଆଫଗାନିସ୍ତାନ ପକ୍ଷକୁ ଜାତୀୟ ପୁନଃନିର୍ମାଣରେ ସାମିଲ କରିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରଣାଳୟ ଏକ ବିବୃତ୍ତିରେ ମଧ୍ୟ କହିଛି ଯେ କାବୁଲ ବିମାନବନ୍ଦରରେ ବିମାନ ଚଳାଚଳ ଓ ଲୋକମାନଙ୍କ ସୁରକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ସେପଟେ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିଥିବାକୁ ପ୍ରତିଶୃତି ଦେଇଥିବାରୁ ହାସନ ଆଖୁନ୍ଦ କାତାରକୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ କାତାରବାସୀ ଆଫଗାନିସ୍ତାନକୁ ଶାନ୍ତି ଏବଂ ସ୍ଥିରତା ଗ୍ରହଣ କରିବାରେ ସାହାଯ୍ୟ କରିଛନ୍ତି। କଠିନ ପରିସ୍ଥିତିରେ ସେମାନଙ୍କ ନିକଟରେ ଠିଆ ହୋଇଛନ୍ତି। ଏହି ଆଲୋଚନାରେ ଆଫଗାନିସ୍ତାନକୁ ଆନ୍ତର୍ଜାତୀୟ ସହାୟତାର ଗୁରୁତ୍ୱ ମଧ୍ୟ ଉଲ୍ଲେଖ କରାଯାଇଛି। ଭବିଷ୍ୟତରେ ଆଫଗାନିସ୍ତାନ ଏବଂ କତାରର ଭଲ ସମ୍ପର୍କ ରହିବ ବୋଲି କତାରର ବୈଦେଶିକ ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top