ରାଜ୍ୟ
୩୧ରେ ଉଦଘାଟନ ହେବ ଭୀମ ଭୋଇ ମେଡିକାଲ କଲେଜ
ଭୁବନେଶ୍ୱର : ଚଳିତ ମାସ ୩୧ ତାରିଖରେ ବଲାଙ୍ଗୀର ସ୍ଥିତ ସନ୍ଥକବି ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏହା ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂତନ ଭାବେ ନିର୍ମିତ ବଲାଙ୍ଗୀର ଓ ବାଲେଶ୍ଵର ମେଡିକାଲ କଲେଜର ନାମକରଣ କରାଯାଇଛି। ଏ ନେଇ ବିଭାଗ ପକ୍ଷରୁ ଜାରି ରିଜୋଲ୍ୟୁସନ୍ ଅନୁସାରେ ବଲାଙ୍ଗିର ସରକାରୀ ମେଡିକାଲ କଲେଜର ନାଁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ରଖାଯାଇଥିବାବେଳେ ନବନିର୍ମିତ ବାଲେଶ୍ୱର ମେଡିକାଲ କଲେଜକୁ ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନାମରେ ନାମିତ କରାଯାଇଛି।