ଜମ୍ମୁ: ମନ୍ଦିର ପରିସରରେ ୧୨ଜଣ ଭକ୍ତଙ୍କ ମୃତ୍ୟୁ ପରେ ବୈଷ୍ଣୋ ଦେବୀଙ୍କ ବୁକିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ଶ୍ରଦ୍ଧାଳୁ ଯାତ୍ରା ପାଇଁ ଅନଲାଇନ୍ ବୁକିଂ କରିପାରିବେ । ଅଫଲାଇନ୍ ବୁକିଂ ସିଷ୍ଟମ୍ ଶେଷ କରାଯାଇଛି । ତେବେ ୧୩ କିଲୋମିଟର ଟ୍ରାକିଂ ପାଇଁ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ବୁକିଂ କରାଯାଇପାରିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ବ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ବହୁ ସଂଖ୍ୟକ ଲୋକ କାଟରା ପହଞ୍ଚିବା ପରେ ଅଫଲାଇନ୍ ସ୍ଲିପ୍ ନେଉଥିଲେ । ହାରାହାରି ୨୮୦୦୦ ଲୋକ କଟରା ପହଞ୍ଚିବା ପରେ ହିଁ ଦର୍ଶନ ପାଇଁ ବୁକ୍ କରୁଥିଲେ । ଅନଲାଇନ୍ ବୁକିଂର ସୁବିଧା କେବଳ ୨୦୦୦ ଲୋକଙ୍କ ପାଇଁ ଉପଲବ୍ଧ ଥିଲା ।
ଭିଡ଼ ନିୟନ୍ତ୍ରଣ ପାଇଁ ତୁରନ୍ତ କିଛି ଜରୁରୀ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକ ଥିଲା ବୋଲି ରବିବାର ଦିନ ବୋର୍ଡ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ଏହି ପଦକ୍ଷେପ ପରେ ଭିଡ଼ ପରିଚାଳନା ହେବ, ଢ଼ାଞ୍ଚା ଉପରେ ଅଧିକ ଚାପ ରହିବ ନାହିଁ । ଏହା ସହିତ ଅନଲାଇନରେ ଟିକେଟ୍ ବୁକ୍ କରିବା, ଟ୍ରାକକୁ ସଜାଡିବା ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ମାର୍ଗଗୁଡ଼ିକୁ ସମ୍ପୂର୍ଣ୍ଣ ପୃଥକ କରିବା ଆଦି ପଦକ୍ଷେପ ମଧ୍ୟ ନିଆଯାଇଛି । ଦଳାଚକଟା ପରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ବୋର୍ଡକୁ ସମାଲୋଚନା କହିଥିଲେ । ଗୋଟିଏ ଦିନରେ ୨୫୦୦୦ ରୁ ଅଧିକ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯିବା କଥା ନୁହେଁ ବୋଲି କୁହାଯାଇଥିଲା ।